Latest Odisha News

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାକୁ ୩ ସ୍ୱର୍ଣ୍ଣ

ଭୁବନେଶ୍ୱର: ଜାତୀୟ ଜୁନିୟର ଆଥଲେଟିକ୍ସରେ ବୁଧବାର ଓଡିଶା ଆଥଲେଟ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଅନ୍ତିମ ଦିବସାର ଓଡିଶାର ପଦକ ସଂଖ୍ୟା ୪ରେ ପଂହଚିଛି । ୧୮ ବର୍ଷରୁ କମ ପୁରୁଷ ଶଟପୁଟରେ ଓଁକାର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୯.୯୬ ମିଟର ଦୂରତାକୁ ଥ୍ରୋ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ହରିୟାଣାର ନିଶ୍ଚୟ ରୌପ୍ୟ ଓ ୟୁପିର ଅଖଣ୍ଡ ପ୍ରତାପ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦ ବର୍ଷରୁ କମ ମହିଳା ୮୦୦ ମିଟରରେ ଲକ୍ଷ୍ମୀ ପ୍ରିୟା କିଶାନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୨ ମିନିଟ ୧୪.୪୪ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । କର୍ଣ୍ଣାଟକର ବୈଷ୍ଣବୀ ରାୱଲ ରୌପ୍ୟ ଓ ୟୁପିର ବିନିତା ଗୁର୍ଜର ବ୍ରୋଞ୍ଜ ପଦକ ଜିତିଛନ୍ତି ।

୧୮ ବର୍ଷରୁ କମ ୨୦୦ ମିଟର ପୁରୁଷ ବିଭାଗରେ ପ୍ରତୀକ ମହାରାଣା(୨୧.୨୮ସେକେଣ୍ଡ) ପ୍ରଥମ ସ୍ଥାନରେ ରହିଥିଲେ । ସେ ରାଜସ୍ଥାନର ଗଜେନ୍ଦ୍ର ସିଂ( ୨୧.୭୮)ଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । କର୍ଣ୍ଣାଟକର ସୟେଦ ସବୀର ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୨୦ ବର୍ଷରୁ କମ ଜାଭେଲିନ ଥ୍ରୋରେ ପି.ଅର୍ପିତା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ୪୫.୧୪ ମିଟର ଦୂରତକୁ ଥ୍ରୋ କରିଥିଲେ ।

Leave A Reply

Your email address will not be published.