Latest Odisha News

BREAKING NEWS

ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ଏସ୍. ଆର. ରଙ୍ଗନାଥନଙ୍କ ଜନ୍ମ ବାର୍ଷିକୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳିତ ହୋଇଯାଇଛି ।

ଏହି ଅବସରରେ ଏସ. ଆର ରଙ୍ଗନାଥନ୍ ଙ୍କ ରଚିତ ବହୁ ମୂଲ୍ୟବାନ ପୁସ୍ତକ ପାଠାଗାରରେ ପ୍ରଦର୍ଶିତ କରାଯାଇଥିଲା ଏବଂ ଆଗାମୀ ଦିନରେ ରଙ୍ଗନାଥନଙ୍କ ସିଦ୍ଧାନ୍ତକୁ ପାଥେୟ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଓ ନୂତନ ଶୈଳୀରେ ପାଠ ପଢାର ସୁଯୋଗ ଦିଆଯିବା ନିମନ୍ତେ ପରିଜା ପାଠାଗାରର ସମସ୍ତ କର୍ମଚାରୀ ପ୍ରତିଶୃତିବଦ୍ଧ ହେବା ପାଇଁ ମୁଖ୍ୟ ଗ୍ରନ୍ଥାଗାରିକା ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ ଆହ୍ଵାନ ଦେଇଥିଲେ।

ଏଠାରେ ଉଲ୍ଳେଖଯୋଗ୍ୟ ଯେ ପରିଜା ପାଠାଗାର ୨୭୨୦୦୦ ରୁ ଉର୍ଦ୍ଧ ପୁସ୍ତକ ,୫୮୦୦ ବିରଳ ତାଳ ପତ୍ର ପୋଥି ଓ ଅନେକ ପ୍ରାଚୀନ ବିରଳ ପୁସ୍ତକ , ପତ୍ରପତ୍ରିକାରେ ସମୃଦ୍ଧ । ପ୍ରଯୁକ୍ତି ବିଦ୍ୟା ଓ ନୂତନ ଜ୍ଞାନ କୌଶଳ ଦ୍ୱାରା ସମୃଦ୍ଧ ପରିଜା ଇ- ପାଠାଗାର ସମ୍ପୂର୍ଣ୍ଣ ଭାବରେ ବିଦ୍ୟାର୍ଥୀମାନଙ୍କର ଇ-ଶିକ୍ଷା ନିମନ୍ତେ ଉପଯୋଗ ହେଉଅଛି।

Comments are closed.