Latest Odisha News

BREAKING NEWS

ଜେକେଏମସିଏଚ ଭିତ୍ତିଭୂମିର ଅନୁଧ୍ୟାନ କଲା ନ୍ୟାସନାଲ ମେଡିକାଲ କାଉନସିଲ

ଯାଜପୁର: ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ କରିଛି ନ୍ୟାସନାଲ ମେଡିକାଲ କାଉନସିଲ। କାଉନସିଲର ୩ ଜଣିଆ ସ୍ୱତନ୍ତ୍ର ଟିମ ଜେକେଏମସିଏଚରେ ପହଞ୍ଚି ବିଭିନ୍ନ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ।

ଚଳିତ ଶିକ୍ଷାବର୍ଷରୁ ଯଯାତି କେଶରୀ ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ । ଏହା ପୂର୍ବରୁ ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ଠିକ୍ ଅଛି କି ନାହିଁ ସେ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ଏହି ଟିମ ପକ୍ଷରୁ ମଗାଯାଇଥିବା ବିଭିନ୍ନ ସୂଚନା ଓ ଅନ୍ୟାନ୍ୟ ସହଯୋଗ ମେଡ଼ିକାଲ କଲେଜ ପକ୍ଷରୁ ଯୋଗାଇ ଦିଆଯାଇଥିଲା।

ଡାକ୍ତର ଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ଠାରୁ ଆରମ୍ଭ କରି ବେଡ ସଂଖ୍ୟା ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଭିତ୍ତିଭୂମି ର ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ସମୟରେ ମେଡିକାଲ କଲେଜର ଡିନ ସିତାରାମ ମହାପାତ୍ରଙ୍କ ସମେତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଶିବାଶିଷ ମହାରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳ ବୁଲାଇ ଦେଖାଇଥିଲେ ।

Leave A Reply

Your email address will not be published.