ଓଡ଼ିଶା ସମ୍ବାଦ ବ୍ୟୁରୋ : ଘୋଷଣା ହେଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ପାଇବେ ଖେଳରତ୍ନ । ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସହ ମୋଟ ୧୨ ଜଣଙ୍କ ପାଇବେ ଏହି ସମ୍ମାନ ଜନକ ପୁରସ୍କାର । ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀରେ ଅଲମ୍ପିଆନ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ଓଡ଼ିଶାର ବ୍ୟାଡ୍ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମକୁ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଥିଲା । ସୁନୀଲ୍ ଛେତ୍ରୀ, ମିତାଲି ରାଜ୍, ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ଦିଆଯିବା ନେଇ ଜଣାପଡ଼ିଛି ।
ସେହିଭଳି ସମ୍ମାନଜନକ ଅର୍ଜୁନ ପୁରସ୍କାର ଚୂଡ଼ାନ୍ତ ତାଲିକାରେ ଟୋକିଓରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ସଫଳ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ଅଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାକୁ ଏକାଥରକେ ତିନିଟି ଜାତୀୟ କ୍ରୀଡ଼ା ପୁରସ୍କାର ଆସିଁବାକୁ ଯାଉଛି । ପୂର୍ବରୁ କେବେବି ଗୋଟିଏ ବର୍ଷରେ ଓଡ଼ିଶା ଖେଳାଳିଙ୍କୁ ଖେଳରତ୍ନ ସହ ଦୁଇଟି ଅର୍ଜୁନ ପୁରସ୍କାର ମିଳି ନଥିଲା।
ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳରତ୍ନ ହେବେ। ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି।
Comments are closed.