Latest Odisha News

ଜାତୀୟ କ୍ରୀଡା ପୁରସ୍କାର ସମାରୋହ: ୪ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ,୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱର କିଛି ପ୍ରମୁଖ କ୍ରୀଡାବିତଙ୍କୁ ସମ୍ମାନିତ କରିଛନ୍ତି ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଅଲିମ୍ପିକ୍ ପଦକ ବିଜେତା ସୁଟର ମନୁ ଭାକର ଏବଂ ଚେସ୍ ବିଶ୍ୱ ଚାମ୍ପିଅନ ଡି ଗୁକେଶଙ୍କୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମୟରେ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିଅ ଉପସ୍ଥିତ ଥିଲେ ।

ତେବେ ମନୁ ଭାକର ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବାବେଳେ, ଡି ଗୁକେଶ ଚେସ୍ ଚମ୍ପିଆନସିପ୍ ଟାଇଟଲ ଜିତିଛନ୍ତି ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ମୋଟ ୩୨ ଜଣ ଆଥଲେଟଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୧୭ ଜଣ ପାରାଆଥନେଟ୍ ଅଛନ୍ତି । ପୁରୁଷ ହକି ଦଳ କ୍ୟାପ୍ଟେନ୍ ହରମନପ୍ରିତ ସିଂ ଏବଂ ପାରାଅଲମ୍ପିକ ହାଇଜମ୍ପ ଗୋଲ୍ଡ ମେଡାଲିଷ୍ଟ ପ୍ରବୀଣ କୁମାରଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି ।

ଏହାବ୍ୟତୀତ ଉଚ୍ଚକୋଟିର ପ୍ରଶିକ୍ଷଣ ପାଇଁ ୫ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ସାମିଲ ଅଛନ୍ତି, ବ୍ୟାଡମିଣ୍ଟନ କୋଚ୍ ଏସ୍ ମୁରଲିଧରନ ଏବଂ ଫୁଟବଲ କୋଚ ଅରମାଣ୍ଡୋ ଏଗନେଲି କୋଲାକୋ ।

ଅର୍ଜୁନ ପୁରସ୍କାରପ୍ରାପ୍ତମାନଙ୍କ ମଧ୍ୟରେ ଅଛନ୍ତି-

ଆଥଲେଟ୍ ଜ୍ୟୋତି ୟାରାଜି ଏବଂ ଅନ୍ନୁ ରାଣୀ, ସେହିପରି ବକ୍ସିଂରେ ନୀତୁ ଏବଂ ସ୍ୱାତୀ, ବନ୍ତିକା ଅଗ୍ରୱାଲଙ୍କୁ ଚେସ୍ ପାଇଁ ମିଳିଛି । ହକି ପାଇଁ ସେଲିମା ଟେଟେ, ଅଭିଷେକ, ସଞ୍ଜୟ, ଜର୍ମନପ୍ରୀତ ସିଂ, ସୁଖଜିତ ସିଂ, ସେହିପରି ପାରା ତୀରନ୍ଦାଜ ପାଇଁ ରାକେଶ କୁମାର, ପ୍ରୀତି ପାଲ-ଆଥଲେଟ, ପାରା ଆଥଲେଟଏ ପାଇଁ ଧର୍ମବୀର, ପ୍ରଣବ ସୂର୍ମା, ଏଚ୍ ହୋକାତୋ- ସେମା, ସିମରନ ଏବଂ ନବଦୀପ

ସେହିପରି, ପାରା ବ୍ୟାଡମିଣ୍ଟନ ପାଇଁ ଥୁଲାସିମାତୀ ମୁରୁଗେସନ, ନିତ୍ୟା ଶ୍ରୀ ସୁମାଥୀ ସିବାନ ଏବଂ ମନିଷା ରାମଦାସ । କପିଳ ପରମାର-ପାରା-ଜୁଡୋ ପାଇଁ ସମ୍ମାନିତ ହୋଇଛନ୍ତି । ସେହିପରି ସୁଟିଂ ପାଇଁ ମୋନା ଅଗ୍ରୱାଲ, ରୁବିନା ଫ୍ରାନସିସ, ସରବଜୋତ ସିଂ ଏବଂ ସ୍ୱପ୍ନିଲ ସୁରେଶ । କୁଶାଲେଙ୍କୁ ପାରା- ସୁଟିଂ ପାଇଁ ମିଳିଛି ।

ଅଭୟ ସିଂଙ୍କୁ କ୍ୱାସ, ସାଜନ ପ୍ରକାଶଙ୍କୁ ସୁଇମିଂ, ଅମନ ସେହରାୱତ-କୁସ୍ତି, ସୂଚି ସିଂ- (ଲାଇଫ ଟାଇମ)-ଆଥଲେଟ, ମୁରଲୀକାନ୍ତ (ଲାଇଫ ଟାଇମ)-ରାଜାରାମ ପେଟକର- ପାରା- ସୁଇମିଂ ପାଇଁ ଏହି ପୁରସ୍କାର ମିଳିଛି ।

ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନୀତ ହୋଇଥିବ ୫ ଜଣ କୋଚ୍ ହେଲେ:-

ସୁଭାଷ ରାଣା- ପାରା ସୁଟିଂ-(ନିୟମିତ), ଦୀପାଳି ଦେଶପାଣ୍ଡେ-ସୁଟିଂ-(ନିୟମିତ), ସନ୍ଦୀପ ସାଙ୍ଗୱାନ-ହକି-(ନିୟମିତ), ଏସ୍ ମୁରଲୀଧରନ-ବ୍ୟାଡମିଣ୍ଟନ-(ଲାଇଫ ଟାଇମ) ଅରମାଣ୍ଡୋ ଏଗନଲୋ କୋଲାକୋଙ୍କୁ ଫୁଟବଲ (ଲାଇଫ ଟାଇମ) ।

Comments are closed.