Latest Odisha News

BREAKING NEWS

ଜାତୀୟ ସବ-ଜୁନିୟର୍ ବ୍ୟାଡ଼ମିଣ୍ଟନରେ ସର୍ବପ୍ରଥମ ମେଡାଲ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର: ଚଳିତ ବର୍ଷ ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଠାରେ ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା ଉପକନିଷ୍ଠ ବ୍ୟାଡମି\’ନ ପ୍ରତିଯୋଗୀତାର ୩୩ତମ ସଂସ୍କରଣର ଆୟୋଜନ ହେବାକୁ ଯାଉଛି । ଏହି ଆୟୋଜନ ସହ ପ୍ରଥମ ଉପକନିଷ୍ଠ ଜାତୀୟ ମେଡାଲ ପାଇଁ ଓଡ଼ିଶାର ଦୀର୍ଘ ସମୟର ପ୍ରତିକ୍ଷାର ଅନ୍ତ ହୋଇପାରେ ।

ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ୍ ଆସୋସିଏସନ (ଓଏସବିଏ), ଯାହାକି ଏହି ବୃହତ୍ ପ୍ରତିଯୋଗିତା ପାଇଁ ଏକ ୨୩ଜଣିଆ ଦଳ ଗଠନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହା ସହ ଓଡ଼ିଶାର ଆୟୁଷ ପଟନାୟକ ଏବଂ ଶ୍ୱେତାପର୍ଣ୍ଣା ପଣ୍ଡାଙ୍କ ଉପରେ ନଜର ରଖିଛି । ଉଭୟ ନିଜନିଜର ଡବଲ୍ସ ଏବଂ ସିଙ୍ଗଲ୍ସର ମୁଖ୍ୟ ପର୍ଯ୍ୟାୟରେ ସିଧାସଳଖ ପ୍ରବେଶ କରିଛନ୍ତି । ବାରିପଦାର ଆୟୁଷ ବଏର୍ମାନ ୧୭ବର୍ଷରୁ କମ ଡବଲ୍ସରେ ୫୪୨ ପଏ\’ ସହ ବ୍ୟାଡମି\’ନ ଆସୋସିଏସନ ଇଣ୍ଡିଆ(ବିଆଇଏ)ର‌୍ୟାକିଙ୍ଗରେ ପ୍ରଥମ ଏବଂ ୫୭୬ ପଏ\’ ସହ ସିଙ୍ଗଲ୍ସରେ ଷଷ୍ଠ ସ୍ଥାନରେ ରହିଛନ୍ତି ।

କଟକର ଶ୍ୱେତାପର୍ଣ୍ଣା ଏହି ବିଏଆଇ ର‌୍ୟାକିଙ୍ଗରେ ୧୫ ବର୍ଷରୁ କମ ମିକ୍ସ୍ଡ ଡବଲ୍ସରେ ୩୧୦ ପଏ\’ ସହ ବଏର୍ମାନ ଆଗରେ ରହିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଓଡ଼ିଶା ଦଳରେ ବାଳକ ବର୍ଗରେ ପାର୍ଥ ସାରଥୀ ମିଶ୍ର, ଅଜୟ ମାଝି, ସିଦ୍ଧାର୍ଥ ରାଜେଶ ପାଟିଲ ଓ ତହସିଫ ଖାନ ଏବଂ ବାଳିକା ବର୍ଗରେ ହର୍ଷିତା ରାଉତ ଏବଂ ଶ୍ରୁତି ସ୍ୱାଇଁ ପ୍ରମୁଖ ରହିଛନ୍ତି । ଓଡ଼ିଶା ଯୁବଗୋଷ୍ଠୀଙ୍କ ପାଇଁ ଏକ ଉତ୍ସାହୀ ଦର୍ଶକ ଏବଂ ନିଜ ଜନ୍ମଭୂମିରେ ଖେଳିବା ମେଡାଲ ହାସଲ କରିବା ଦିଗରେ ଏକ ସମ୍ପୃକ୍ତ ସୁବିଧା ସାବ୍ୟସ୍ତ ହେବ ବୋଲି ପୂର୍ବରୁ ରାଜ୍ୟସ୍ତରୀୟ ବିଜେତା ବିଭାସ ପରିଡ଼ା କହିଛନ୍ତି । ଓଏସବିଏ ପ୍ରତିନିଧି ନିଲୀନ କୁମାରଙ୍କ ମତରେ ଓଡ଼ିଶାରେ ବ୍ୟାଡ଼ମିଣ୍ଟନର ପ୍ରୋତ୍ସାହନ ଏବଂ ବିକାଶ ଦିଗରେ ଏହି ଉପକନିଷ୍ଠ ପ୍ରତିଯୋଗିତା ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ ।

Leave A Reply

Your email address will not be published.