Latest Odisha News

BREAKING NEWS

ଗୁରୁ ଦିବସରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ୨ ଓଡ଼ିଆଙ୍କ ସମେତ ୪୭ ଶିକ୍ଷକ

ନୂଆଦିଲ୍ଲୀ: ଗୁରୁ ଦିବସରେ ସମ୍ମାନୀତ ହେଲେ ଗୁରୁ । ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ । ଅଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି ।

ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ସେହିପରି ତାପସ କୁମାର ମହାନ୍ତି ଖୋର୍ଦ୍ଧା ଦୃଷ୍ଟିବାଧିତ ଭୀମଭୋଇ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ।

ଦୁଇ ଓଡ଼ିଆ ଶିକ୍ଷକଙ୍କ ସମେତ ଦେଶର ୪୭ ଜଣ ଶିକ୍ଷକଙ୍କୁ ଭିଡିଓ କନ୍‌ଫରେନ୍ସିଂରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନୀତ କରିଛନ୍ତି । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Comments are closed.