Latest Odisha News

BREAKING NEWS

ଜାତୀୟସ୍ତରର କୁସ୍ତି ଖେଳାଳିଙ୍କ ହତ୍ୟାରେ ପୋଲିସକୁ ବଡ ସଫଳତା, ଚିହ୍ନଟ ହେଲା ମୁଖ୍ୟ ଅଭିଯୁକ୍ତ

ଗାଜିଆବାଦ: ଜାତୀୟସ୍ତରର କୁସ୍ତି ଖେଳାଳି ଅରୁଣ ଓରଫ ବରୁଣଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ରାଜପୁର ଗ୍ରାମର ଜଣେ ଯୁବକ ଏହି କାଣ୍ଡ ଘଟାଇଛି । ପୋଲିସ ତା ଘରେ ପଂହଚିଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ଧରା ପଡିନି । ବରୁଣଙ୍କ ହତ୍ୟା କରୁଥିବା ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହେବାରୁ ପୋଲିସକୁ ତଦନ୍ତରେ ସୁବିଧା ହୋଇ ଯାଇଥିଲା । ଆଠ ସେକେଣ୍ଡର ଏହି ଭିଡିଓରେ ବରୁଣଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରୁଥିବା ସ୍ପଷ୍ଟ ଜଣାପଡିଛି ।

ପୋଲିସ ତଦନ୍ତରେ ଜଣାପଡିଛି ଯେ, ଅରୁଣ ତାର ଦୁଇ ସାଙ୍ଗ ଦୀପକ ଓ ସଞ୍ଜୟ ସହ ଭୋପୁରାର ହୋବ୍ସ ହୋଟେଲକୁ ଖାଇବାକୁ ଆସିଥିଲେ । ଏହା ବନ୍ଦ ଥିବାରୁ ସେମାନେ ବିହାରୀ ଢ଼ାବା ନିକଟରେ ଗାଡି ରଖିଥିଲେ । ସେହି ସମୟରେ ଆଉ ଗୋଟିଏ କାର ସେମାନଙ୍କ ପାଖରେ ଅଟକିଥିଲା । ଅରୁଣ କାର ଖୋଲି ନ ପାରିବାରୁ ଅନ୍ୟ କାର ଡ୍ରାଇଭରକୁ ଆଉ ଟିକେ ଆଗକୁ ଯିବାକୁ କହିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କାରରେ ଥିବା ଅନ୍ୟମାନେ ବାହାରି ଆସି ଅରୁଣକୁ ହତ୍ୟା କରି ଖସି ପଳାଇଥିଲେ । ସମ୍ପୂର୍ଣ୍ଣ ଅଂଚଳରେ ଏ ନେଇ ଶୋକର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.