Latest Odisha News

BREAKING NEWS

ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଯାଜପୁର ବିରଜାଙ୍କ ପୀଠରେ ଆରମ୍ଭ ହେବ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର:  ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଟିଛି ସମସ୍ତ ଦେବୀ ପୀଠ  । ସ୍ବତନ୍ତ୍ର ରୀତିନୀତି ସହକାରେ ୯ ଦିନ ଧରି ଚାଲିବ ମାଆଙ୍କର ନବରାତ୍ରି ପୂଜା । ଆଜି ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ ।

ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦବେୀ ମା ବିରଜାଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଆଜି ଠାରୁ ମାଙ୍କ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଆଜି ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।  ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେ ନାହିଁ ।

ସେହିପରି ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ଏହି ନବରାତ୍ର ଅବସର ରେ ମାଙ୍କ ଗର୍ଭ ଗୃହ କୁ ଯାଇ ଶ୍ରଦ୍ଧାଳୁଙ୍କୁ ପାଦ ଦର୍ଶନ ଓ ମୁଖ ଦର୍ଶନର ସୁଯୋଗ ମିଳିଥାଏ । ସେପଟେ ଦୈନିକ ଶାସନ ବ୍ରାହ୍ମଣ ମାନେ ପବିତ୍ର ବୈତରଣୀରୁ ଜଳ ଆଣି ମାଙ୍କୁ ସ୍ନାନ କରିଥାନ୍ତି। ମାଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି  ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.