ରାଉରକେଲା: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ବୈଷ୍ଣୋଦେବୀ ଙ୍କ ପୀଠ। ୯ଦିନ ବ୍ୟାପୀ ଏହି ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ବେଶରେ ମା’ ଦର୍ଶନ ଦେଇଥାନ୍ତି। ସକାଳୁ ଆଳତୀ ସହ ହାଲୱା ଓ ଚଣା ପ୍ରସାଦ ବଣ୍ଟା ଯାଇଥାଏ। କୋରନା କଟକଣା ମାନି ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଦୁର୍ଗାପୂର ପାହାଡ଼ରେ ତିଆରି ହୋଇଛି ମା’ ବୈଷ୍ଣୋଦେବୀ ମନ୍ଦିର। ପ୍ରାକୃତିକ ଗୁମ୍ଫାରେ ରହିଛନ୍ତ ମାଆ। ଏହା କେବଳ ଜିଲ୍ଲା ନୁହେଁ, ଓଡ଼ିଶା ତଥା ଓଡ଼ିଶା ବାହାରୁ ମଧ୍ୟ ବହୁ ଭକ୍ତ ଏଠାକୁ ଆସିଥାନ୍ତି। ମା’ଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ନଅଦିନରେ ମା’ ୯ସ୍ୱରୂପକୁ ପୂଜା କରାଯାଇଥାଏ। ୭ତାରିଖରୁ ଆରମ୍ଭ ହୋଇଥିବାବେଳେ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ।
BREAKING NEWS
- ସମ୍ଭାବ୍ୟ ବାତ୍ୟା ଭୟ: ମାଲକାନଗିରିରେ ୨ ଦିନ ସ୍କୁଲ ଛୁଟି ଘୋଷଣା…
- ଆଇପିଏଲ ୨୦୨୭ ରିଟେନସନ୍: ହେଡ୍, ଷ୍ଟାର୍କ ଓ ବୋଲ୍ଟ ବାହାର; ଜାଣନ୍ତୁ କେଉଁ ଦଳ କାହାକୁ କଲା ରିଲିଜ୍?
- ୨୦୦୮ ଆଇପିଏଲ ନିଲାମୀରେ କାହିଁକି ମାହିଙ୍କୁ କିଣିପାରି ନଥିଲେ ମୁମ୍ବାଇ ଓ ବାଙ୍ଗାଲୋର?
- କିମ୍ସରେ ଜଟିଳ ଅସ୍ତ୍ରୋପଚାର; ନୂଆ ଜୀବନ ପାଇଲା ୪ ମାସର ଶିଶୁକନ୍ୟା
- ‘ହନୁମ୍ୟାନ୍’ ଅଭିନେତା ତେଜା ସଜ୍ଜାଙ୍କ ନିର୍ବନ୍ଧ
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ: ୪ ଜଣ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
- OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଭାସ୍କର ଜ୍ୟୋତି ଶର୍ମା
- ବର୍ଜ୍ୟବସ୍ତୁରୁ ବିଦ୍ୟୁତ୍ ଉତ୍ପାଦନ: ଘୁଷୁରି ମଳମୂତ୍ରରୁ ଦେଶର ୪୦% ଗ୍ୟାସ୍ ଚାହିଦା ପୂରଣ କରୁଛି ଡେନମାର୍କ
- ଦିଲ୍ଲୀରେ ଦୁଇ ମହଲା କୋଠା ଭୁଶୁଡି ଜଣେ ଶିଶୁ ସମେତ ୨ ମୃତ
- IPLରୁ ଅବସର ନେଲେ ଧୋନି, ୨୦୨୭ ଯାଏଁ ରହିବେ…
Comments are closed.