Latest Odisha News

BREAKING NEWS

ମାଆ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର : ମାଆ ଭଣ୍ଡାରଘରଣୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରୀ ପୂଜା । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଆଜି ଠାରୁ ଏହି ନବଦିନାତ୍ମକ ଦଶହରା ଉତ୍ସବ ଆରମ୍ଭ ହୋଇ ବିଜୟ ଦଶମୀରେ ଶେଷ ହେବ । ଶାରଦୀୟ ଦଶହରା ଉତ୍ସବ ପାଇଁ ମାଆ ପୀଠ ସହ ନବରଙ୍ଗପୁର ଚଳଚଞ୍ଚଳ ହୋଇଉଠିଛି ।

ଆଜି ମାଆ ଭଣ୍ଡାର ଘରଣୀଙ୍କ ପୀଠରୁ ମାଆଙ୍କ ପ୍ରତୀକାତ୍ମକ ପାଟ ଖଣ୍ଡା ଓ ଗୁପ୍ତ ଅସ୍ତ୍ରଶସ୍ତ୍ର , ଯନ୍ତ୍ର ବାହାର କରାଯାଇ ମାର୍ଜାନା ପାଇଁ ନିଆଯାଇଥିଲା। ଏକ ସ୍ଵତନ୍ତ୍ର ବିମାନ ରେ ମାଆ ପାଟ ଖଣ୍ଡା ବିଜେ ହୋଇଥିଲେ। ବୀର ବାଦ୍ୟ , ମହୁରୀ , ଧୂପ ଦୀପ ସହ ଏକ ଶୋଭାଯାତ୍ରା ରେ ସେବାୟତ ମାନେ ପାଟଖଣ୍ଡାକୁ ମାର୍ଜାନା ପାଇଁ ପ୍ରତାପ ସାଗରକୁ ନେଇଥିଲେ । ସେଠାରେ ସ୍ଵତନ୍ତ୍ର ରୀତି ନୀତିରେ ପାଟଖଣ୍ଡା ଓ ଗୁପ୍ତ ଅସ୍ତ୍ରଶସ୍ତ୍ର , ଯନ୍ତ୍ର ଗୁଡିକୁ ମାର୍ଜନା କରାଯାଇ ପୂଜା କରାଯାଇଥିଲା ।

ବିମାନରେ ସେଗୁଡିକୁ ପୁଣି ଠାରେ ମନ୍ଦିର କୁ ଅଣାଯାଇଥିଲା। ବିମାନରୁ ମାଆଙ୍କ ପାଟଖଣ୍ଡାକୁ ବାହାର କରାଯାଇ ବାହାରବେଡାରେ ସ୍ଥାପନ କରାଯାଇଥିଲା । ଆଜିଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଆଙ୍କ ସର୍ବ ସଧାରଣ ଦର୍ଶନ ବନ୍ଦ ରହିବ । ମାଆ ପାଟଖଣ୍ଡା ରୂପରେ ହିଁ ଭକ୍ତଙ୍କୁ ଦର୍ଶନ ଦେବେ। ଷୋଡଶ ଉପଚାରରେ ମାଆ ଭଣ୍ଡାର ଘରଣୀଙ୍କ ପୂଜାର୍ଚ୍ଚନା କରାଯିବ। ନବରାତ୍ରି ଉପଲକ୍ଷେ ୧୦୦୮ଟି ଅଖଣ୍ଡ ଦୀପ ମାଆଙ୍କ ପୀଠରେ ପ୍ରଜ୍ଵଳିତ କରାଯିବ।

କୋଭିଡ କଟକଣା ପରେ ନାବାଦିନାତ୍ମକ ଦଶହରା ମାଆ ଙ୍କ ପୀଠ ରେ ଆରମ୍ଭ ହୋଇଥିବା ବେଳେ ମାଆଙ୍କ ଦର୍ଶନ କରି ଭକ୍ତ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.