Latest Odisha News

କଣ୍ଠଶିଳ୍ପୀ ତପୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଯାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ମଧ୍ୟ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। “ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି”।

ଅଧିକ ପଢନ୍ତୁ- ମହା ନିଦ୍ରାରେ ତପୁ ମିଶ୍ର

ଉଲ୍ଲେଖଯୋଗ୍ୟ, ତପୁଙ୍କ ପିତା ଗତ ମେ ୧୦ରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ତପୁଙ୍କର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ସେ ହୋମ୍ ଆଇସୋଲେସନ ରେ ଥିଲେ। ମେ ୩୧ରେ ତାଙ୍କର ଅକ୍ସିଜେନ ସ୍ତର ୪୫କୁ ଖସି ଆସିବାରୁ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପ୍ରାୟ ୧୦ଦିନ ତଳେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.