ଭୁବନେଶ୍ୱର: ରାଜ୍ୟରେ ଗରିବୀ ଦୂରୀକାରଣ ହଟାଇବାକୁ ନବୀନ ସରକାର ନୂଆ ରଣନୀତି ଆପଣାଇଛନ୍ତି। ଦାରିଦ୍ର୍ୟ ଦୂରିକରଣ ପାଇଁ କେବଳ ଯୋଜନା କରିଦେଲେ ହେବନି କିପରି ଏହା କାର୍ଯ୍ୟକାରୀ ହେଉଛି ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି କି ନାହିଁ ଜାଣିବାକୁ ଗ୍ରାଉଣ୍ଡ ଜୀରୋକୁ ଓହ୍ଲାଇବେ ସରକାରୀ ଅଧିକାରୀ । ଆଉ ଏପରି କରି ରାଜ୍ୟରେ ଗରିବୀ ଶ୍ରେଣୀକୁି ୧୦ ପ୍ରତିଶତ ଭିତରେ ରଖିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।
ରାଜ୍ୟ ସରକାରୀ ୨୦୨୩ ଅକ୍ଟୋବର ୨ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଯୋଜନା ଓ ସଂଯୋଜନା ଅଧିନରେ କାମ କରୁଥିବା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଏଜେନ୍ସି କାମ କରିବ। ଲୋକଙ୍କ ପାଖକୁ ଯାଇ ସ୍ଥିତି ପରଖିବ ଏହି ଟିମ୍। ଏଥିପାଇଁ ପ୍ରତି ପଞ୍ଚାୟତରେ ଦାରିଦ୍ର୍ୟ ଏବଂ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (ପିଏଚଡିଏମଏ) ଗଢା ହେବ।
ଏହି ଟିମ୍ ଲୋକଙ୍କୁ ପାଖକୁ ଯିବେ । ରାଜ୍ୟ ସରକାରଙ୍କ କେଉଁ ଯୋଜନା ସେମାନେ ପାଉଛନ୍ତି, କିପରି ତାହା ତାଙ୍କୁ ସହାୟକ ହେଉଛି ଇତ୍ୟାଦି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଏହି ଟିମ୍। ସେହିପରି ଅନ୍ୟାନ୍ୟ ଘରୋଇ ସେବା ଦ୍ୱାରା ସେମାନେ କିଭଳି ଲାଭବାନ ହେଉଛନ୍ତି ବା ଅନ୍ୟ କୌଣସି ସମସ୍ୟା ଯଦି ରହୁଛି ତାର ମଧ୍ୟ ରିପୋର୍ଟ ପ୍ରସ୍ତୁତ କରିବ ଏହି ଟିମ୍। ପ୍ରଥମ ପର୍ଯ୍ୟାୟରେ ୪୦୫୬ଟି ପଞ୍ଚାୟତରେ ଏହି ଟିମ୍ ଯାଇ ସମୀକ୍ଷା କରିବ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୨ ବର୍ଷ ହେବ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନବୀନ ପଟ୍ଟନାୟକ । ଏହି ସମୟରେ ରାଜ୍ୟର ଦାରିଦ୍ର୍ୟ ବା ଗରିବୀ ୬୩ ପ୍ରତିଶତରୁ ଖସି ୨୯ ପ୍ରତିଶତକୁ ଆସିଛି। ୫ ବର୍ଷ ଭିତରେ ଏହି ହାରକୁ ୧୦ ପ୍ରତିଶତ କରିବାକୁ ନବୀନ ସରକାର ଲକ୍ଷ୍ୟ ରଖିଥିବା ସୂଚନା ରହିଛି।
Comments are closed.