Latest Odisha News

BREAKING NEWS

ଆଜି ପୁରୀରେ ନବୀନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନୟାଗଡ ଜିଲ୍ଲାର ରଣପୁରରେ ପହଞ୍ଚିବା ପରେ ଏକ ଜନସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ସେଠାରୁ ସେ ନୟାଗଡ ସହର ଅଭିମୁଖେ ଗସ୍ତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ସେ ଚିଲିକା ଓ ବାଣପୁର ନିର୍ବାଚନୀମଣ୍ଡଳ ଅଭିମୁଖେ ଗସ୍ତ କରିବା ସହ ୨ଟି ଜନସଭାକୁ ସମ୍ବୋଦ୍ଧିତ କରିବେ ବୋଲି ସୂଚନା ମିଳିଛି ।

ଗସ୍ତ ସୂଚୀନୁଯାୟୀ ଚିଲିକାରୁ ବ୍ରହ୍ମଗିରି ବ୍ଲକ୍ ସ୍ଥିତ ସାତପଡା ଅଭିମୁଖେ ଗସ୍ତ କରିବେ ନବୀନ । ସେଠାରୁ ପୁରୀ ସହର ଯାଏଁ ସେ ଏକ ରୋଡ ଶୋ’ କରିବେ । ପରେ ପ୍ରାୟ ୧ଟା ୩୦ମି. ବେଳକୁ ପୁରୀରେ ପହଞ୍ଚିବା ପରେ ସର୍କିଟ୍ ହାଉସରେ ବିଶ୍ରାମ କରିବେ । ପାଖାପାଖି ଦ୍ୱିପ୍ରହର ୩ଟା ସମୟରେ ମହାପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ।

ପରବର୍ତ୍ତୀ ସମୟରେ ସନ୍ଧ୍ୟା ବେଳକୁ ନବୀନ ପୁରୀରୁ ଭୁବନେଶ୍ୱର ଯାଏଁ ଏକ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.