Latest Odisha News

ନବୀନ-ନୀତିଶ ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ, ମେଣ୍ଟ ସମ୍ପର୍କରେ କିଛି ଆଲୋଚନା ହେଲାନି

ଭୁବନେଶ୍ୱର: ନବୀନ ନିବାସରେ ଦୁଇ ମଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହେଲା । ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଲା ଆଲୋଚନା । ହେଲେ ମେଣ୍ଟ ସମ୍ପର୍କରେ ନୁହେଁ । ଜମି ପ୍ରଦାନ ସମ୍ପର୍କରେ  । ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ ।

ନବୀନ ନିବାସରେ ନବୀନ-ନୀତିଶ ସାକ୍ଷାତ ଥିଲା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ । ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଉଭୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି । ସେ ଦୃଷ୍ଟିରୁ ସାକ୍ଷାତ ପାଇଁ ଆସିଥିଲେ ନୀତିଶ । ଆଜିର ଏ ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଗଣମାଧ୍ୟମକୁ ସୂଚନା ଦେଇ ଦୁଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଲୋଚନା ସମୟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ବରଂ ପୁରୀ ଆସୁଥିବା ବିହାରୀ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭବନ କରାଯିବ । ସେଥିପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ନୀତିଶ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଧ୍ୟ ଦେଢ ଏକର ଜମି ଯୋଗାଇ ଦେବାକୁ ଘୋଷଣା କରିଥିଲେ ।

ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଥିବା ଦେଖିବାକୁ ମିଳିଥିଲା ।

ଏଠି କହିରଖିବୁ, ନୀତିଶ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ ପାଛୋଟି ଆଣିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଦେବୀ ମିଶ୍ର । ବିମାନବନ୍ଦରରୁ  ସିଧା ନବୀନ ନିବାସ ଯାଇଥିଲେ । ସେଠାରେ ତାଙ୍କୁ ଅପେକ୍ଷା କରିଥିଲେ ନବୀନ । ନୀତିଶ କୁମାର ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ ।

Comments are closed.