ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ଥିଲେ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବା ଜଣାଯାଇଛି । ସେ ବିଭିନ୍ନ ସମୟରେ ଦଳ ବିରୋଧରେ ଯାଇ କାମ କରୁଥିବା ଦଳ ପକ୍ଷରୁ ଅଭିଯୋଗ ହେଉଥିଲା ।
୨୦୧୪ରେ ରଘୁରାମ ଶିକ୍ଷକତା ଚାକିରି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେହିବର୍ଷ ସେ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ବିଧାୟକ ଭାବେ ଲଢି ହାରିଥିଲେ । ଏହା ପୂର୍ବରୁ ସମାନ ଅଭିଯୋଗରେ ତାଙ୍କୁ ୨୦୨୧ ଅକ୍ଟୋବରରେ ଦଳରୁ ନିଲମ୍ବିତ କରାଯାଇଥିଲା ।
BREAKING NEWS
- Terrible train accident ଭୟଙ୍କର ଟ୍ରେନ ଦୁର୍ଘଟଣା: ୧୩ ମୃତ, ଅନେକ ଆହତ
- Donald Trump: ପୁଟିନଙ୍କ ସହ ୨ ଘଣ୍ଟା ଫୋନରେ କଥା ହେଲେ ଟ୍ରମ୍ପ, ଘମାଘୋଟ ଲଢେଇର ହେବ କି ଅନ୍ତ!
- Train Fire: ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଜଣେ ମୃତ, ଅନେକ ଆହତ
- ଚାଲିଗଲେ ଦନ୍ତା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ
- New Married Couple Suicide: ହନିମୁନ୍ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି….
- ଏହି ଦେଶ ଗୁଡିକରେ ନୂଆ ବର୍ଷ ପାଳନ ବାତିଲ, ଆତଙ୍କୀ ଆକ୍ରମଣ ଆଶଙ୍କା
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା; ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖି ବିଭୋର ହେଲେ ଦର୍ଶକ
- Women’s Hero Hockey India League 2025-26: ଆରମ୍ଭ ହେଲା ମହିଳା ହିରୋ ହକି ଇଣ୍ଡିଆ ଲିଗର ୨ୟ ସିଜିନ୍, ଏଠାରେ ଦେଖନ୍ତୁ ଲାଇଭ
- ରଘୁରାଜପୁର ଆସି ଶିଳ୍ପୀମାନଙ୍କର ଅନନ୍ୟ କଳାକୃତି ଉପଭୋଗ କରନ୍ତୁ ଦେଶବାସୀ: ମୁଖ୍ୟ ନିର୍ବାଚନ କମିଶନର
- କଳାକାରଙ୍କ ମାସିକ ସହାୟତା ଭତ୍ତା ବୃଦ୍ଧି କଲେ ସରକାର; ଉପକୃତ ହେବେ ୪୭ ହଜାର ୭୦୪ କଳାକାର
Comments are closed.