ଭଦ୍ରକ: ଆଜି ଚାନ୍ଦବାଲି ନିର୍ବାଚନୀ ସଭାରେ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । କହିଲେ ଓଡିଆ ଅସ୍ମିତାକୁ ବଞ୍ଚେଇବା କି ନାହିଁ ?, ତେଣୁ ଓଡିଶାରେ ବିଜେପି ସରକାର ଗଢିବା । ୨୫ ବର୍ଷ ପରେ ଓଡିଶାରେ ଓଡିଆ କହି ଆଉ ଲେଖି ପାରୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେବ । ଓଡିଶାକୁ ଓଡିଆ ଶାସନ କରିବା ଦରକାର ନାଁ ଜଣେ ତାମିଲ ବାବୁ ବୋଲି ପ୍ରଶ୍ନ କରିଛନ୍ତି ଶାହା । କିନ୍ତୁ ନବୀନ ବାବୁ ଓଡିଶାକୁ ତାମିଲ ମୁଖ୍ୟମନ୍ତ୍ରୀ ଦବାକୁ ଚାହୁଁଛନ୍ତି । ନବୀନ ବାବୁ ଓଡିଶାବାସୀ ଆପଣଙ୍କୁ ସହିଗଲେ ହେଲେ ତାମିଲ ବାବୁଙ୍କୁ ସହିବେନି ।
ଏଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ, ଗୌରବ, କଳାଓ ଓଡିଆ ସ୍ବାଭିମାନର ନିର୍ବାଚନ । ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ ପାରିବେ କି? ପଦ୍ମରେ ଭୋଟ ଦିଅନ୍ତୁ, ଏ ବାବୁଙ୍କ ଜାଗାରେ ଆପଣଙ୍କ ଜନସେବକ ଏଠି ଶାସନ କରିବେ । ବିଜେଡିର ୨୫ ବର୍ଷ ଓଡିଶାର ବିକାଶ ପାଇଁ କିଛି ନୁହଁ । ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ ।ଖଣିଜ ସଂପଦରେ ଭରପୂର, ବାର ମାସ ନଦୀରେ ପାଣି ଭର୍ତ୍ତି । ହେଲେ ଏଠିକାର ଲୋକ ତଥାପି ଗରିବ । ଏଥିପାଇଁ ଦୋଷୀ ନବୀନ ବାବୁ । ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି । ଆପଣମାନେ ବିଜେପିକୁ ଭୋଟ ଦିଅନ୍ତୁ । ସମୃଦ୍ଧ ଓଡ଼ିଶା ବନାଇବୁ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ । ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ ।
ତାମିଲ ବାବୁ ଓଡ଼ିଆ ଲୋକଙ୍କୁ ରାମ ଉତ୍ସବରୁ ବାରଣ କଲେ । ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି? ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବା ଉଚିତ କି ନାହିଁ । ନବୀନ ବାବୁ ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି । ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ ।
ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି । ନବୀନ ବାବୁଙ୍କ ବାବୁ ଭାୟା ୭ ଲକ୍ଷ କୋଟି ଖାଇଗଲେ । ନବୀନ ବାବୁ ଓଡ଼ିଶାକୁ ଏକ ତାମିଲ ମୁଖ୍ୟମନ୍ତ୍ରୀ ଦେବାକୁ ବସିଛନ୍ତି । ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ । ୭୫ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି । ୪ ଜୁନ୍ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ । ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ । ଦେଶରେ ୬ ପର୍ଯ୍ୟାୟ ସରିଲାଣି ।୫ ପର୍ଯ୍ୟାୟ ରିପୋର୍ଟରେ ମୋଦି ୩୧୦ ସିଟ୍ ଜିତି ସାରିଲେଣି । ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍ କରିବାକୁ ପଡ଼ିବ । ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ ।
ପୁଣି ରତ୍ନ ଭଣ୍ଡାର ପ୍ରସଙ୍ଗକୁ ବି ନେଇ ପ୍ରଶ୍ନ କରିଛନ୍ତି ଶାହା । ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା । ଡୁପ୍ଲିକେଟ ଚାବି ହୋଇଛି କି ନାହିଁ । ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି । ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି । ବିଜେପି ସରକାର ଗଢ । ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ।
ପିଓକେ ଆମର କି ନାହିଁ ପ୍ରଶ୍ନ କରିଛନ୍ତି ଶାହା । କହିଛନ୍ତି, ଏ କଂଗ୍ରେସ କହୁଛି ପିଓକେ ପାକିସ୍ତାନକୁ ମାଗ ନାହିଁ, ପାକିସ୍ତାନ ପାଖରେ ଆଇଟମ ବମ୍ ରହିଛି । ରାହୁଲ ବାବୁ ଆମେ ବିଜେପି ପାକିସ୍ତାନର ବୋମାକୁ ଡରିନୁ ପିଓକେ ଆମର ଥିଲା, ଆମର ଅଛି, ଆମର ହିଁ ରହିବ । ଏହା ମୋଦୀଙ୍କ ଗ୍ୟାରେଣ୍ଟି ।
Comments are closed.