Latest Odisha News

BREAKING NEWS

‘ଛାଇର ଶଦ୍ଦ’ ଓ ‘ସୂର୍ଯ୍ୟା‌ସ୍ତ ପୂର୍ବରୁ’ ନାମକ ଦୁଇଟି ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନବୀନ ନିବାସ ଠାରେ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶଦ୍ଦ’କୁ ଲୋକାର୍ପିତ କରିଛନ୍ତି।

ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟ ବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ ଭାବଜଗତ ଭିତରେ ଜୀବନର ବୈଚିତ୍ର‌୍ୟକୁ ପ୍ରତିଫଳିତ କରିବାରେ କବି ଡଃ ଗୋପବନ୍ଧୁ ସଫଳ ହୋଇଛନ୍ତି।

ସେହିପରି ସରୋଜ କୁମାର ସାହୁଙ୍କ ଦ୍ବାରା ରଚିତ ଗଳ୍ପଗୁଚ୍ଛ ‘ସୂର୍ଯ୍ୟା‌ସ୍ତ ପୂର୍ବରୁ’ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ୩୦ଟି ଗଳ୍ପ ସ୍ଥାନିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକ ଦୁଇଟି ପାଠକୀୟ ଆଦର ଲାଭ କରିବ ବୋଲି ଆଶା କରିଥିଲେ।

Leave A Reply

Your email address will not be published.