ଭୁବନେଶ୍ୱର: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ସଫଳ ଚନ୍ଦ୍ର ଅଭିଯାନ ପରେ ଇତିହାସ ରଚିଲା ଭାରତ। ଆଉ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
A historic day for #India as #Chandrayaan3 became the first-ever spacecraft to successfully land near the South Pole of #Moon. Landing on the uncharted part of our celestial neighbour is remarkable achievement for Indian science and a giant leap for mankind. Congratulate the… pic.twitter.com/kDLDyFKsyk
— Naveen Patnaik (@Naveen_Odisha) August 23, 2023
ସୋସିଆଲ ମିଡିଆ ଏକ୍ସ ବା ଟ୍ୱିଟର ଜରିଆରେ ଭାରତୀୟ ବିଜ୍ଞାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଭାରତୀୟ ବିଜ୍ଞାନମାନଙ୍କ ପାଇଁ ଏହି ସମୟଟି ଉଲ୍ଲେଖନୀୟ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଚନ୍ଦ୍ରଯାନ-୩ ଅବତରଣର ସିଧାପ୍ରସାରଣ ଦେଖିଥିଲେ। ଏହି ସମୟରେ ନବୀନ ନିବାସରେ ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
Comments are closed.