Latest Odisha News

BREAKING NEWS

ବଢୁଛି ଆଳୁ ଦର; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଲେଖିଥିବା ଚିଠିରେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ଜିନିଷ। ବର୍ଷା ଯୋଗୁ ଓଡିଶା ବଜାରରେ ଆଳୁର ଅଭାବ ଦେଖାଦେଇଛି, ଫଳରେ ମୂଲ୍ୟ ବୃଦ୍ଧି ପାଉଛି। ଫଳସ୍ବରୂପ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି।

Comments are closed.