Latest Odisha News

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ଆଗରେ

କଣ୍ଟାବାଜି: କଣ୍ଟାବାଞ୍ଜିରେ ଟ୍ରାକକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖୀ ୮୦୦ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ଆଗରେ ଅଛନ୍ତି । ପ୍ରଥମରୁ ହିଁ ନବୀନ ପଛରେ ପଡିଥିବା ବେଳେ ଏବେ କଣ୍ଟାବାଞ୍ଜିରେ ଲିଡ୍ କରୁଛନ୍ତି ନବୀନ ପଟ୍ଟନାୟକ । ସେହିପରି ଗଞ୍ଜାମ ହଞ୍ଜିଳିରେ ମଧ୍ୟ ଆଗରେ ଅଛନ୍ତି ନବୀନ ପଟ୍ଟନାୟକ ।

ଓଡିଶା ବିଧାନସଭାରେ ବିଜେପିର ଆସନ:

ଭୁବନେଶ୍ବର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ ଆଗୁଆ, ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ, ପୁରୀ ବିଧାନସଭାରୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ, ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ, ବ୍ରହ୍ମଗିରି ବିଧାନସଭାରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଆଗୁଆ, ରାଉରକେଲା ବିଧାନସଭାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗୁଆ, ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଆଗୁଆ, ଚାନ୍ଦବାଲି ବିଜେପି ବିଧାୟକ ମନମୋହନ ସାମଲ, ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର, ଚିଲିକାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ରହିଛନ୍ତି ।

ଓଡିଶା ବିଧାନସଭାରେ ବିଜେଡି ଆସନ:

ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବାଙ୍କୀ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ବଡ଼ମ୍ବାରେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର ପଛୁଆ, କେନ୍ଦ୍ରାପଡା ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା, ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତ ରାୟ, ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଆଗୁଆ ରହିଛନ୍ତି ।

ଓଡିଶା ବିଧାନସଭାରେ କଂଗ୍ରେସ ଆସନ:

ଭୋଗରାଇ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ, ଆନନ୍ଦପୁରରେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା, ଭବାନୀପାଟଣାରେ କଂଗ୍ରେସ ପ୍ରାର୍ଥୀ  ସାଗର ଦାସ, ଜୟପୁରରେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀ ପତି ଆଗୁଆ ରହିଛନ୍ତି ।

Leave A Reply

Your email address will not be published.