Latest Odisha News

୨୪ ବର୍ଷୀୟ ନବୀନ ଉଲ ହକ ଦିନିକିଆ କ୍ରିକେଟରୁ ଅବସର ନେଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ଅଲରାଉଣ୍ଡର ନବୀନ ଉଲ ହକ ବୁଧବାର ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୪ ବର୍ଷୀୟ ନବୀନ କହିଛନ୍ତି ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ସେ ୫୦ ଓଭର ବିଶିଷ୍ଟ ଖେଳକୁ ଅଲବିଦା କହିବେ । ତେବେ ସେ ଆଫଗାନିସ୍ତାନ ପକ୍ଷରୁ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ନବୀନ ୭ଟି ଆନ୍ତର୍ଜାତୀୟ ଦିନିକିଆ ଖେଳି ୧୪ ୱିକେଟ ହାସଲ କରିଛନ୍ତି । ଆଫଗାନିସ୍ତାନ ବିଶ୍ୱକପ ଦଳରେ ସେ ସ୍ଥାନ ପାଇଛନ୍ତି ।

ନବୀନ ଆନ୍ତର୍ଜାତୀୟ ଟି୨୦ରେ ୨୭ ମ୍ୟାଚ ଖେଳି ୩୪ ୱିକେଟ ନେଇଛନ୍ତି । ସେ ବିଭିନ୍ନ ଟି୨୦ ଲିଗରେ ମଧ୍ୟ ଖେଳି ସାରିଛନ୍ତି । ନବୀନ ଏଥର ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଟିମ ପକ୍ଷରୁ ଖେଳୁଥିଲେ । ଆଇପିଏଲରେ ବିରାଟ କୋହଲିଙ୍କ ସହ ତାଙ୍କ ମତଭେଦ ବେଶ ଚର୍ଚ୍ଚା ସାଂଉଟିଥିଲା । ଆଗକୁ ସେ ଆଇପିଏଲ ସମତେ ଅନ୍ୟ ଲିଗରେ ଖେଳିବା ଜାରୀ ରଖିବେ ।

Comments are closed.