Latest Odisha News

‘ନବଜୋତ ସିଂହ ସିଦ୍ଧୁ ବାରୁଦ, ତାଙ୍କୁ ଦଳରୁ ତୁରନ୍ତ ବାହାର କରାଯାଉ’

ନୂଆଦିଲ୍ଳୀ: ପଞ୍ଜାବରେ ୨୦୨୨ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ରାଜ୍ୟ କଂଗ୍ରେସ ବିବାଦ ଲାଗି ରହିଛି । ଏପରିକି ଦଳରେ ଗୋଷ୍ଠୀବାଦ ବି ଦେଖା ଦେଇଛି । ଏପରି ବିବାଦ ମଧ୍ୟରେ  ଗୋଟିଏ ଦଳ ନବଜୋତ ସିଂହ ସିଦ୍ଧୁଙ୍କୁ ବାରୁଦ ବୋଲି କହି ତାଙ୍କୁ ଦଳରୁ ବାହାର କରିବା ପାଇଁ ଦାବି କରିଛନ୍ତି ।

ଦଳର ବରିଷ୍ଠ ନେତା ଲଖବୀର ସିଂହ ଲକ୍ଖା, ଦବିନ୍ଦର ସିଂହ ଘୁବାୟା, ଖୁଶବାଜ ସିଂହ ଏବଂ ଅମିତ ବେଜ ଏକ ବୟାନ ଜାରି କରି କହିଛନ୍ତି, ନବଜୋତ ସିଂ ସିଦ୍ଧୁ ଏକ ବାରୁଦ ଯିଏ ଦଳରେ ବିସ୍ଫୋରଣ କରିପାରନ୍ତି । ଆମେ ୨୦୨୨ରେ ସିଦ୍ଧୁଙ୍କର ଅପାରଗତା ଏବଂ ଆତ୍ମକେନ୍ଦ୍ରିକ ଲକ୍ଷ୍ୟ କାରଣରୁ ବିଧାନସଭା ନିର୍ବାଚନ ହାରି ଯାଇଥିଲୁ । ଏବେ ସମୟ ଆସି ଯାଇଛି, ତାଙ୍କୁ ବାହାରିବାର ରାସ୍ତା ଦେଖାଇ ଦିଆଯାଉ ।

ରାଜ୍ୟ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂହ ରାଜା ବାରିଂ ଗୁରୁବାର ଦିନ ଏକ ସାର୍ବଜନୀନ ସଭାକୁ ସମ୍ବୋଧିତ କରି ସିଦ୍ଧୁଙ୍କୁ  ସିଧାସଳଖ ଟାର୍ଗେଟ କରିଥିଲେ । ସେ ତାଙ୍କୁ ଏପରି ଏକ ନେତା ବୋଲି କହିଥିଲେ, ଯିଏ ଦଳର ନିୟମ ଉପରେ ବିଶ୍ୱାସ କରନ୍ତି ନାହିଁ । ସିଦ୍ଧୁ ଦଳକୁ ବର୍ବାଦ କରି ଦେଇଥିବା ମଧ୍ୟ ଅମରିନ୍ଦର ସିଂହ କହିଥିଲେ ।

ଏହା ପୂର୍ବରୁ ବିରୋଧୀ ନେତା ପ୍ରତାପ ସିଂହ ବାଜବା ମଧ୍ୟ ସମାନ୍ତର ସାର୍ବଜନିକ ରାଲି ଆୟୋଜିତ କରିବା ପାଇଁ ନବଜୋତ ସିଂହ ସିଦ୍ଧୁଙ୍କର ଆଲୋଚନା କରିଥିଲେ ଏବଂ ସେ କହିଥିଲେ, ମୁଁ ସିଦ୍ଧୁ ସାହେବଙ୍କୁ ପରିପକ୍ୱତାର ସହ କାମ କରିବା ପାଇଁ ନିବେଦନ କରୁଛି । ସେ କହିଥିଲେ, ଦଳ ୭୮ରୁ ୧୮ରେ ପହଞ୍ଚିଲା । ତେଣୁ  ଶାନ୍ତ ରହି ଦଳର କ୍ୟାଡରଙ୍କ ସହ ଆଗକୁ ବଢନ୍ତୁ ।

ଏପଟେ  ସିଦ୍ଧୁ କହିଛନ୍ତି, ସମାନ୍ତରାଳ ରାଲିକୁ ସମ୍ବୋଧନ କରି ନିଜକୁ ମଜବୁତ କରିବା ପାଇଁ ଚେଷ୍ଟା କରୁଛି ।

ଯାହା ବି ହେଉ, ଏବେ ପଞ୍ଜାବ ରାଜ୍ୟ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଯାଇଛନ୍ତି ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।

Comments are closed.