Latest Odisha News

BREAKING NEWS

ମେଧାବୀ ଝିଅକୁ ହରାଇବା ପରେ ୫ ମାସ ହେଲା ଧାରଣାରେ ବସିଛନ୍ତି ମା’: ମାନବାଧିକାର କମିଶନରଙ୍କୁ ଭେଟି ନ୍ୟାୟ ମାଗିଲେ

ଭୁବନେଶ୍ୱର: ୫ ମାସ ବିତିଲା । ହେଲେ ମେଧାବୀ ଛାତ୍ରୀ ସୌଦାମିନୀ ରଇତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି । ନ୍ୟାୟ ଦାବି କରି ଜିଲ୍ଲା ପ୍ରଶାସନ ଦ୍ୱାରରେ ୪୬ ଦିନ ଧରି ଧାରଣାରେ ବସିଲେ ମା’ ସୁଜ୍ଞାନୀ ଗମାଙ୍ଗୋ । ଅପମୃତ୍ୟୁ ବୋଲି କହି ଚାପି ଦିଆଯାଇଥିବା ମାମଲା  କ୍ରାଇମବ୍ରାଞ୍ଚ ହାତକୁ ଗଲା । ହେଲେ କିଛି ଲାଭ ହେଲାନି । କ୍ରାଇମବ୍ରାଞ୍ଚ ତଦନ୍ତ କେତେ ଆଗେଇଲା ତାହା ଏବେ ବି ଅନ୍ଧାରରେ   । ଏବେ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ମାନବ ଅଧିକାର କମିଶନର (OHRC) ଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ମେଧାବୀ ଆଦିବାସୀ ଛାତ୍ରୀ ଥିଲେ ସୌଦାମିନୀ ରଇତା । ହଷ୍ଟେଲରେ ତାଙ୍କର  ସନ୍ଦେହ ଜନକ ମୃତ୍ୟୁ  ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ସୌଦାମିନୀ ରାଇତାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବୀ କରି ତାଙ୍କ ମାଆ ସୁଜ୍ଞାନୀ ଗମଙ୍ଗୋ ୪୬ ଦିନ ଧରି ଧାରଣାରେ ମଧ୍ୟ ବସିଥିଲେ। ଝିଅ ମୃତ୍ୟୁ   ଅପମୃତ୍ୟୁ ନୁହେଁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହା ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହା ଭିତରେ ତଦନ୍ତକୁ ପାଞ୍ଚ ମାସ ବିତିଗଲାଣି । ହେଲେ  ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦୂର କଥା ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରକାଶ କରିନାହିଁ।

ତେଣୁ ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ମୃତ୍ୟୁ ଆଦିବାସୀ ମେଧାବୀ ଛାତ୍ରୀ ସୌଦାମିନୀ ଓ ତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ।   ପଟ୍ଟନାୟକ OHRC ସଦସ୍ୟ  ଅସୀମ ଅମିତାଭ ଦାସଙ୍କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ।

ଗଣମାଧ୍ୟମକୁ ଏହି ଘଟଣା ବିଷୟରେ ସୂଚନା ଦେଇ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ,  କ୍ରାଇମବ୍ରାଞ୍ଚ୍ ତଦନ୍ତ ହୋଇଥିଲେବି ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯିଏ ଅଭିଯୋଗ କରିଛନ୍ତି ତାଙ୍କ ଅଭିଯୋଗକୁ କ’ଣ ପାଇଁ ଶୁଣା ଯାଉନାହିଁ। ଯେଉଁ ଶିକ୍ଷକ ଓ ୱାଡେନ୍ ଦାୟିତ୍ୱରେ ଥିଲେ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କ’ଣ ତଦନ୍ତ ହୋଇଛି ଓ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ?

ସେତିକି ନୁହେଁ, ପୋଷ୍ଟମଟମ୍ ରିପୋର୍ଟ ସହ ଭିଡିଓଗ୍ରାଫିର ସମାନତା ନାହିଁ। ସଠିକ୍ ତଦନ୍ତ ହୋଇ ନଥିବାରୁ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବାର ସନ୍ଦେହ ହେଉଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ଅଭିଯୋଗ କରିଥିଲେ।

5T ସଚିବ  ଗଜପତି ଆସିଥିବାବେଳେ  ପୀଡିତା ଛାତ୍ରୀଙ୍କ ମାଆ ସଠିକ୍ ତଦନ୍ତ କରି ନ୍ୟାୟ ପାଇଁ ଦାବି କରିଥିଲେ । ହେଲେ ୫ଟି ସଚିବ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.