Latest Odisha News

BREAKING NEWS

ମା’ ଭଗବତୀ ଓ ଦେବୀ ଉଗ୍ରତାରାଙ୍କ ସ୍କନ୍ଧମାତା ବେଶ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଦୁଇ ତନ୍ତ୍ର ପୀଠ । ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଏବଂ ଟାଙ୍ଗୀ-ଭୁଷଣ୍ଡପୁରର ମା’ ଉଗ୍ରତାରା ପୀଠ  ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । କରୋନା କଟକଣା ପାଇଁ ମା’ଙ୍କୁ ଦର୍ଶନ ସହିତ ମା’ଙ୍କର କୃପା ଲାଭ ପାଇଁ ଭକ୍ତଙ୍କ ଆଗମନ ଉପରେ ଏବେ ରୋକ ଲାଗିଛି । ତଥାପି କାଁଭାଁ ଭକ୍ତଙ୍କୁ ଦେଖିବାକୁ ମିଳିଛି ।

ଶାରଦୀୟ ପୂଜା ପାଇଁ ମା’ ଗର୍ଭ ଗୃହରେ ଗୁପ୍ତ ପୂଜା ସହିତ ଭିନ୍ନ ରୀତି-ନୀତି ରେ ପୂଜାପଣ୍ଡାଙ୍କ ଦ୍ଵାରା ପୂଜା ପାଠ ସମ୍ପନ୍ନ ହେଉଛି । ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ମା’ ଙ୍କ ପୂଜା କରାଯାଉଛି । ମା’ ଭଗବତୀ ଏବଂ ମା’ ଉଗ୍ରତାରା ପ୍ରତେକ ଦିନ ମା’ ଭିନ୍ନ-ଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ପୂଜା କରାଯାଇ ଥାଏ । ବିଶ୍ଵାସ କରାଯାଏ ଯେ ମା’ ଦୂର୍ଗା ତାଙ୍କର ଭକ୍ତଙ୍କ ପାଇଁ ସମସ୍ତ ଅସୁବିଧା ଦୂର କରିଥାନ୍ତି ।

ମା’ ଶୈଳ ପୁତ୍ରୀ, ମାତା ବ୍ରହ୍ମ ଚାରିଣୀ , ମାତା ଚନ୍ଦ୍ର ଘଣ୍ଟା ଏବଂ ମାତା କୁଶମଣ୍ଡାର , ଆଜି ମା’ ଭଗବତୀ ଏବଂ ମା’ ଉଗ୍ରତାରା ଏବେ ମାତା ସ୍କନ୍ଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି , ଆସନ୍ତାକାଲି ମାତା କାତ୍ୟାୟନୀ , ମା’ କାଳରାତ୍ରୀ , ମା’ ମହାଗୌରୀ , ମାତା ସିଦ୍ଧିଦାତ୍ରୀ , ମାତା ବୀଜୟା ଦଶମୀ ଦିନ ଦଶଭୁଜା ମା’ ଦୁର୍ଗା ଅପାରୁବା ବେଶରେ ମା’ ସୁସଜ୍ଜିତ କରାଯାଇ ପୂଜା କରାଯାଇ ମା’ ଦର୍ଶନ ଦେବେ ।

Leave A Reply

Your email address will not be published.