ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଅଭିନୟ ଦୂନିଆରେ ନ ଥାଇ ବି କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ସେ ମହିଳା କେନ୍ଦ୍ରିକ ସ୍ୱାସ୍ଥ୍ୟ ବୈଷୟିକ କମ୍ପାନୀ ‘ଆରା ହେଲଥ’ର ସହ-ପ୍ରତିଷ୍ଠାତା ଅଛନ୍ତି । ନବ୍ୟା ଏବେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ କରୁଥିବା ଜଣାଯାଇଛି । ଉଭୟ ଅନେକ ଥର ଏକାଠି ନଜର ଆସିଛନ୍ତି । ହେଲେ ନବ୍ୟା ଏବେ ନିଜ ବିବାହ ଯୋଜନା ବିଷୟରେ ଏମିତି କିିଛି କହିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ।
ନିକଟରେ ନିଖିଲ କାମାଥଙ୍କ ପୋଡକାଷ୍ଟ ଡବ୍ଲୁଟିଏଫରେ ନବ୍ୟା କହିଛନ୍ତି ଯେ, ମୁଁ ନିଶ୍ଚିତ ଭାବରେ ବିବାହ କରିବି । ମୋର ସନ୍ତାନ ବି ହେବେ । କିନ୍ତୁ କେବେ ଏବଂ କାହା ସହିତ କରିବେ ତାହା ସେ ପ୍ରକାଶ କରି ନାହାଁନ୍ତି । ଏଥିସହିତ ନବ୍ୟା ନିଜ କ୍ୟାରିୟର ବିଷୟରେ କହିଥିଲେ । ସ୍ନାତକୋତ୍ତର ପରେ ସେ କାହିଁକି ଉଦ୍ୟୋଗୀ ହେବାକୁ ମନୋନୀତ କଲେ ତାହା ମଧ୍ୟ ପ୍ରକାଶ କରିଛନ୍ତି ।
Comments are closed.