Latest Odisha News

BREAKING NEWS

ହାଇଡ୍ରୋଜେନ ବୋମା ପକାଇଲେ ନୱାବ, ଜାଲ ନୋଟ କାରୋବାରରେ ଫଡନାଭିସଙ୍କ ହାତ

ମୁମ୍ବାଇ: ଏନସିପି ନେତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ବାକ୍ୟର ହାଇଡ୍ରୋଜେନ ବୋମା ପକାଇଛନ୍ତି । ନୱାବ ଚାଂଚଲ୍ୟକର ବୟାନ ଦେଇଛନ୍ତି ଯେ, ଫଡନାଭିସଙ୍କ ସହ ଜାଲ ନୋଟ କାରୋବାର କରୁଥିବା ଦାଉଦ ଇବ୍ରାହିମର ନିକଟତର ରିୟାଜ ଭାଟିଙ୍କ ଭଲ ସମ୍ପର୍କ ରହିଥିଲା । ନକଲି ପାସପୋର୍ଟ ଓ ଦାଉଦଙ୍କ ସହ ସମ୍ପର୍କ ରଖିବା ନେଇ ସେ ଗିରଫ ହୋଇଥିଲେ । ମାତ୍ର ଫଡନାଭିସଙ୍କ ସହଯୋଗ ଯୋଗୁ ୨ ଦିନରେ ଖଲାସ ହୋଇଗଲେ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଥିଲେ ।

ଏହା ବ୍ୟତୀତ ଫଡନାଭିସ କୁଖ୍ୟାତ ଅପରାଧୀ ମୁନା ଯାଦବଙ୍କୁ କନଷ୍ଟ୍ରକ୍ସନ ବଡିର ଅଧ୍ୟକ୍ଷ ଏବଂ ହାଇଦର ଆଜାମଙ୍କୁ ମୌଲାନା ଆଜାଦ ଫାଇନାନ୍ସ କର୍ପୋରେଶନର ଅଧ୍ୟକ୍ଷ କରିଥିଲେ । ନୱାବ ଅଭିଯୋଗର ଜବାବ ଫଡନାଭିସ କିପରି ରଖୁଛନ୍ତି ସେ ନେଇ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.