Latest Odisha News

ନିଜ ବୋହୂଙ୍କ ନାମରେ ଅଭିଯୋଗ ଆଣିଲେ ନୱାଜୁଦ୍ଦିନଙ୍କ ମା’

ମୁମ୍ବାଇ: କଳା ଜଗତରେ ନିଜର ଦମଦାର ଅଭିନୟ  ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ ସିଦ୍ଦିକି । ହେଲେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଛି। ଏଥିପାଇଁ ନିଜ ବୋହୂ ବିରୋଧରେ ଅଭିଯୋଗ କରିଛନ୍ତି ନୱାଜୁଦ୍ଦିନଙ୍କ ମା’। ଏହି ଅଭିଯୋଗ କ୍ରମ‌େ ପୁଲିସ ନୱାଜୁଦ୍ଦିନଙ୍କ ସ୍ତ୍ରୀଙ୍କୁ ପଚରାଉଚରା ପାଇଁ ଡକାଇଛି।

ନୱାଜୁଦ୍ଦିନଙ୍କ ମା’ କରିଥିବା  ଅଭିଯୋଗ ଅନୁସାରେ, ମୁମ୍ବାଇ ପୁଲିସ ନୱାଜୁଦ୍ଦିନଙ୍କ ସ୍ତ୍ରୀ ଆଲିଆଙ୍କୁ ପଚରାଉଚରା କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଲିଆଙ୍କ ନାମରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୫୨,୩୨୩,୫୦୪ ଓ ୫୦୬ ଆଧା‌ରରେ ମାମଲା ରୁଜୁ କରାଯାଇଛି।

ସୂଚନାମୁତାବକ, ନୱାଜୁଦ୍ଦିନଙ୍କ ବିବାହ ୨୦୧୦ ମସିହାରେ ହୋଇଥିଲା। ଆଲିଆ ହେଉଛନ୍ତି ନୱାଜୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ବର୍ତ୍ତମାନ ସମ୍ପତ୍ତିକୁ ନେଇ ନୱାଜୁଦ୍ଦିନ, ତାଙ୍କ ମା’ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ନିଜ ବ୍ୟକ୍ତିଗତ ଜୀବନରେ ବିବାଦ ଦେଖା ଦେଇଥି‌ଲେ ବି ସେ ତାଙ୍କ ବୃତ୍ତିଗତ ଜୀବନରେ ଜଣେ ଚର୍ଚ୍ଚିତ ଚେହେରା।  ଏଥିପାଇଁ ନୱାଜୁଦ୍ଦିନଙ୍କୁ  ବହୁ ସଂଘର୍ଷ ବି କରିବାକୁ ପଡ଼ିଥିଲା।

Comments are closed.