ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି (ଡିଷ୍ଟ୍ରିକ ରିଜର୍ଭ ଗାର୍ଡ) ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିଲେ । ଭୟଙ୍କର ବିସ୍ଫୋରଣରେ ଯବାନଙ୍କ ଗାଡି ଉଡ଼ି ଯାଇଛି ।
ଯବାନମାନେ ନକ୍ସଲ ବିରୋଧୀ ଅପରେଶନରେ ଯାଉଥିଲେ । ଦନ୍ତେୱାଡା ଜିଲ୍ଲା ଅରନପୁର ନିକଟରେ ନକ୍ସଲମାନେ ଆମ୍ବୁଲ ଲଗାଇ ଆକ୍ରମଣ କରିଥିଲେ । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ବି ସୂଚନା ମିଳିଛି ।
Comments are closed.