Latest Odisha News

BREAKING NEWS

ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି। ଏକ ମାଓ ଡମ୍ପକୁ ଉଦ୍ଧାର କରିଛି ପୋଲିସ। ମରକନଗୁଡା ଏବଂ ମେଟାଗୁଡା ଜଙ୍ଗଲରେ ଚଢାଉ କରି ମାଓବାଦିଙ୍କ ଦ୍ବାରା ଲୁଚାଇ ରଖା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀର ଯବାନମା‌ନେ ଦୁଲେଡ଼ ଠାରେ ଥିବା ପୋଲିସ କ୍ୟାମ୍ପ ପକ୍ଷରୁ ମରକନଗୁଡା ଠାରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ୬ଟି ଦେଶୀ ବନ୍ଧୁକ, ୧୮ଟି ବିଜିଏଲ ସେଲ, ଡିଟୋନେଟର, ଲୁହାର ସ୍ପାଇକ, ବିସ୍ଫୋରକ ଇତ୍ୟାଦି ଜବତ କରାଯାଇଛି। ସେହିପରି ମେଟାଗୁଡ଼ାରେ ଥିବା ଜଙ୍ଗଲରେ କମ୍ବିଙ୍ଗ ଅପରେସନ ସମୟରେ ୩ଟି ଦେଶୀ ବନ୍ଧୁକ, ୨ଟି ବିଜିଏଲ ସେଲ, ରାଇଫଲ, ୬ଟି ଦେଶି ଡିଟୋନେଟର, ୧୦୦ ଗ୍ରାମ୍‌ ଗନ ପାଉଡର, ବୋମା, ଗୁଳି, ଷ୍ଟିଲ ପାଇପ, ପୋଷାକ, ଝଣ୍ଡା ଇତ୍ୟାଦି ଜବତ କରିଛି।

ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ। ଏହି ଚଢ଼ଉରେ ଜିଲ୍ଲା ପୁଲିସ, ସିଆରପିଏଫ, କୋବ୍ରା ଯବାନ ସାମିଲ ଥିଲେ।

Comments are closed.