Latest Odisha News

BREAKING NEWS

ଜଣେ ଯବାନ ଆମ ପାଖରେ ଅଛି, ହ୍ୱାଟସଅପରେ କଲ କରି କହିଲେ ନକ୍ସଲ !

ବିଜାପୁର: ବିଜାପୁର ନକ୍ସଲ ଆକ୍ରମଣରେ ନିଖୋଜ ଥିବା ଜଣେ ଯବାନଙ୍କ ଖବର ମିଳିଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ ପୋଲିସ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ରିପୋର୍ଟ ମୁତାବକ ନକ୍ସଲମାନେ ହ୍ୱାଟସଅପ କଲ କରି କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଜଣାଇଥିଲେ ଯେ, କୋବ୍ରା ବାଟାଲିୟନର ରାକେଶ୍ୱର ସିଂ ଆମ ନିକଟରେ ସୁରକ୍ଷିତ ଅଛି । ବିଜାପୁର ଏସପି କମଲ ଲୋଚନ ମଧ୍ୟ ଏହି ଜମ୍ମୁ-କଶ୍ମୀର ନିବାସୀ ରାକେଶ୍ୱର ନିଖୋଜ ଥିବା କଥା କହିଥିଲେ । ନକ୍ସଲ ଆକ୍ରମଣରେ ୨୩ ଯବାନ ଶହୀଦ ହୋଇଥିବା ବେଳେ ୨୦ଜଣ ନିଖୋଜ ଅଛନ୍ତି ।

ରାକେଶ୍ୱରଙ୍କ ପତ୍ନୀ ମୀନୁ ସରକାରଙ୍କ ନିକଟରେ ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେପରି ପାକିସ୍ତାନରୁ ଅଭିନନ୍ଦନ ଆଣିଥିଲେ ସେମିତି ମୋ ସ୍ୱାମୀଙ୍କୁ ଫେରାଇ ଆଣନ୍ତୁ ।

Leave A Reply

Your email address will not be published.