Latest Odisha News

BREAKING NEWS

ଶତକ ସହ ୧୦୦୦ ଟପିଲା ନୟାଗଡ଼ରେ କରୋନା କେସ୍

ନୟାଗଡ଼: ଗୋଟିଏ ଦିନରେ ନୟାଗଡ଼ ଜିଲ୍ଲାରେ ଶତକ ମାରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୬ ନୂଆ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ନୟାଗଡ଼ ଜିଲ୍ଲାରେ ହଜାରେ ଟପିଛି କରୋନା କେସ୍ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୯ ।

ଚାରି ମାସରେ ହଜାରେ ଆକ୍ରାନ୍ତ
ମେ ୯ ତାରିଖରେ ନୟାଗଡ଼ ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ୍ ବାହାରିଥିଲା । ଆଜିକୁ ଠିକ୍ ଚାରି ମାସ ପୂରୁଛି । ଏହି ଚାରି ମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ରୁ ବଢ଼ି ହଜାରେ ଟପି ଯାଇଛି ।

ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୬୭ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୩୫୩ ନୂଆ ଆକ୍ରାନ୍ତ । ଆଜି ସୁଦ୍ଧା ନୟାଗଡ଼ ଜିଲ୍ଲାରେ ସୁସ୍ଥ ହେଲେଣି ୫୮୭ ସଂକ୍ରମିତ । ଆକ୍ଟିଭ୍ କେସ୍ ରହିଛି ୪୧୫ । ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି

Leave A Reply

Your email address will not be published.