Latest Odisha News

BREAKING NEWS

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଏସଆଇଟିକୁ ଅଧିକ ସମୟ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁର ଜଣେ ନାବାଳକକୁ ଗିରଫ କରିଛି । ଏବେ ସେ ଅନୁଗୁଳ ବାଳ ସୁଧାର ଗୃହରେ ଅଛି । ତାର ବ୍ରେନ୍ ମ୍ୟାପିଂ ପାଇଁ ଏସାଇଟି ଜୁଭେନାଇଲ୍ ଜଷ୍ଟିସ ବୋର୍ଡଙ୍କ ଅନୁମତି ଲୋଡ଼ିଛି । ଯୋଗଡ଼ା କରୁଛି ତଥ୍ୟ ପ୍ରମାଣ ।

Leave A Reply

Your email address will not be published.