Latest Odisha News

BREAKING NEWS

ସରୋଗେସୀ କେସ: କୌଣସି ନିୟମ ଭାଙ୍ଗି ନାହାନ୍ତି ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ତାଙ୍କ ପତି ବିଘ୍ନେଶ ଶିବନଙ୍କୁ ସରୋଗେସୀ କେସରେ ବଡ ଆଶ୍ୱସ୍ତି ମିଳିଛି । ନିକଟରେ ଏହି ବିବାହିତ ଯୋଡି ସରୋଗେସୀ ମାଧ୍ୟମରେ ଯମଜ ସନ୍ତାନର ମାଆ ଏବଂ ବାପା ହୋଇଥିଲେ । ତେବେ ବିବାହର ଚଳିତ ବର୍ଷ ଜୁନ ୯ରେ ବିବାହ କରିଥିବାରୁ କିପରି ସରୋଗେସୀ ମାଧ୍ୟମରେ ସନ୍ତାନ ହାସଲ କଲେ ସେ ନେଇ ଅଭିଯୋଗ ହୋଇଥିଲା । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମଏ ସୁବ୍ରମଣ୍ୟମ ଏହି ଘଟଣାର ତଦନ୍ତ ପାଇଁ ଏକ ପ୍ୟାନେଲ ଗଠନ କରିଥିଲେ । ବୁଧବାର ଏହି ପ୍ୟାନେଲ ନୟନତାରା ଏବଂ ବିଘ୍ନେଶ କୌଣସି ନିୟମ ଉଲ୍ଲଂଘନ କରି ନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି । ସୂଚନାଯୋଗ୍ୟ, ନୟନତାରା ଏବଂ ବିଘ୍ନେଶ ୧୧ ମାର୍ଚ୍ଚ ୨୦୧୬ରେ କୋର୍ଟ ମ୍ୟାରେଜ କରିଥିଲେ ।

ଅଗଷ୍ଟ ୨୦୨୦ରେ ସେମାନଙ୍କ ଏମ୍ବ୍ରିୟୋ ଡାକ୍ତଖାନାରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ନଭେମ୍ବର ୨୦୨୧ରେ ଅନ୍ୟ ଆବଶ୍ୟକ କାଗଜପତ୍ର ସ୍ୱାକ୍ଷର କରିବା ପରେ ମାର୍ଚ୍ଚ ୨୦୨୨ରେ ସରୋଗେଟ ମାଆଙ୍କ ଶରୀରରେ ଏମ୍ବ୍ରିୟୋ ଛଡା ଯାଇଥିଲା । ସେ ଅକ୍ଟୋବରରେ ଯମଜ ସନ୍ତାନ ଜନ୍ମ କରିଥିଲେ । ପ୍ୟାନେଲ ନିକଟରେ ନୟନତାରା ଏବଂ ବିଘ୍ନେଶ ସମସ୍ତ ପ୍ରମାଣ ଏବଂ କାଗଜପତ୍ର ଉପସ୍ଥାପନ କରିଥିଲେ । ଯାହା ସତ୍ୟ ପ୍ରମାଣିତ ହୋଇଛି ।

Comments are closed.