Latest Odisha News

ହ୍ୟାକ ହେଲା ନୟନତାରାଙ୍କ ଏକ୍ସ ଆକାଉଣ୍ଟ, ନିଜେ ସୂଚନା ଦେଲେ ଅଭିନେତ୍ରୀ

ମୁମ୍ବାଇ: ମଡଲିଂ ଓ ଟେଲିଭିଜନ୍ ଇପସ୍ଥାପିକାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନୟନତାରା ଏବେ ସାଉଥ ଇଣ୍ତଷ୍ଟ୍ରିର ଜଣେ ଦାମୀ ଅଭିନେତ୍ରୀ। ସାଉଥ୍ ଫିଲ୍ମ ସହ ବଲିଉଡରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି ନୟନତାରା । ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଜୱାନ’ରେ ମଧ୍ୟ ଡେବ୍ୟୁ କରିଥିଲେ ନୟନତାରା । ଏହାରିଭିତରେ ନୟନତାରାଙ୍କୁ ନେଇ ଏକ ବିଶେଷ ସୂଚନା ସାମ୍ନାକୁ ଆସିଛି । ସାଇବର ଠକଙ୍କ ହାତରେ ପଡିଛନ୍ତି ଅଭିନେତ୍ରୀ । ହ୍ୟାକ ହୋଇଛି ଅଭିନେତ୍ରୀଙ୍କ ଏକ୍ସ ଆକାଉଣ୍ଟ ।

ଏନେଇ ସୂଚନା ଦେଇଛନ୍ତି ନିଜେ ଅଭିନେତ୍ରୀ । ଏକ ପୋଷ୍ଟ କରି ନୟନତାରା ଲେଖିଛନ୍ତି ଯେ, ଏହି ଆକାଉଣ୍ଟ ହ୍ୟାକ ହୋଇଛି । ତେଣୁ କୌଣସି ଅନାବଶ୍ୟକ କିମ୍ବା ଅଜବ ପ୍ରକାରର ପୋଷ୍ଟକୁ ଦୟାକରି ଅଣଦେଖା କରନ୍ତୁ। ତେବେ ଆକାଉଣ୍ଟ ହ୍ୟାକ ହେବା ପୂର୍ବରୁ ନୟନତାରା ଶେଷ ପୋଷ୍ଟ ଜୱାନ ଚଳଚ୍ଚିତ୍ରକୁ ନେଇ କରିଥିଲେ । ଏହାପରେ ସେ କୌଣସି ପୋଷ୍ଟ କରିନାହାଁନ୍ତି ବୋଲି କହିଛନ୍ତି ନୟନତାରା ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଶାହରୁଖ ଖାନଙ୍କ ଫିଲ୍ମ ଜୱାନ୍ ବକ୍ସ ଅଫିସ ଧମାଲ କରିଥିଲା । ଫିଲ୍ମଟି ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଥିଲା । ଭାରତରେ ଏହାର ଆୟ ୫୦୦ କୋଟିରୁ ଅଧିକ ଥିଲା । ୧୩ ଦିନରେ ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୯୦୦ କୋଟି ଟଙ୍କା କଲେକ୍ସନ କରିଥିଲା । ଏଥିରେ ଶାହାରୁଖଙ୍କ ସହ ଡେବ୍ୟୁ କରିଥିଲେ ଅଭିନେତ୍ରୀ ନୟନତାରା । ତେବେ ଭାରତରେ ବଡ଼ ସଫଳତା ପରେ ଶାହାରୁଖ ଖାନଙ୍କ ‘ଜୱାନ’ ବର୍ତ୍ତମାନ ଜାପାନର ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୨୯ ତାରିଖରେ ଏହା ଜାପାନରେ ମୁକ୍ତିଲାଭ କରିବ ।

Comments are closed.