ହାଇଦ୍ରାବାଦ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗଞ୍ଜେଇ ଚାଲାଣ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ଏକ ସୂଚନା ଆଧାରରେ NCB ହାଇଦ୍ରାବାଦ ଜୋନ୍ ଟିମ୍ ୧୩ ଜାନୁଆରୀ ଦିନରେ ଏକ ଅଭିଯାନ ଚଳାଇ ୮୧୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ଅଭିଯାନରେ ତିନି ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ତିନି ଜଣ ଅଭିଯୁକ୍ତ କର୍ଣ୍ଣାଟକର ବିଦର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗଞ୍ଜେଇ ଓଡ଼ିଶାର ମାଲକାନଗିରିରୁ ମହାରାଷ୍ଟ୍ରର ଲାଟୁରକୁ ଚାଲାଣ ହେଉଥିଲା। ଏହି ସମୟରେ, NCB ଦଳଗୁଡ଼ିକ ହାଇଦ୍ରାବାଦର ଉପକଣ୍ଠରେ ଏକ ସନ୍ଦିଗ୍ଧ ଟ୍ରକକୁ ଅଟକାଇଥିଲେ। ତଦନ୍ତରୁ ଜଣାପଡିଲା ଯେ ଟ୍ରକର ପଞ୍ଜିକରଣ ପ୍ରମାଣପତ୍ରର ଏକ୍ସପାୟର ହୋଇଯାଇଥିଲା ଏବଂ ଟ୍ରକଟି ସ୍ୱତନ୍ତ୍ର ଭାବରେ ପରିବର୍ତ୍ତନ କରାଯାଇଥିଲା। ଟ୍ରକ ଭିତରେ ଏକ ଗୋଲ, ଟ୍ୟାଙ୍କ ଭଳି ଗହ୍ବର ବନାଯାଇଥିଲା , ଯେଉଁଠାରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ସନ୍ଦେହ ଏଡାଇବା ପାଇଁ ଉପରୁ ଘାସ ଏବଂ ତାରପୋଲିନ୍ ଦ୍ୱାରା ଭଣ୍ଡାର ଘୋଡ଼ାଯାଇଥିଲା। ତଲାସୀ ସମୟରେ ୮୧୩କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପୂର୍ବରୁ ଅନ୍ୟ ଦୁଇଟି ଗଞ୍ଜେଇ ଚାଲାଣ ମାମଲାରେ ସମ୍ପୃକ୍ତ ଥିଲା। ଗୋଟିଏ ମାମଲା କର୍ଣ୍ଣାଟକର ଏବଂ ଅନ୍ୟଟି ମହାରାଷ୍ଟ୍ରର।
NCB ଏବେ ସମଗ୍ର ଚୋରା ଚାଲାଣ ନେଟୱାର୍କର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ସେମାନେ ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି।
Comments are closed.