Latest Odisha News

BREAKING NEWS

ଏନ୍‌ସିପି ସାଧାରଣ ସମ୍ପାଦକ ପଦରୁ ଜିତେନ୍ଦ୍ରଙ୍କ ଇସ୍ତଫା; ସେପଟେ ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ମେଳି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏନ୍‌ସିିପିରେ ହେଇପାରେ ବଡ ପରିବର୍ତ୍ତନ। ଏନ୍‌ସିପିର ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଜଣେ ପରେ ଜଣେ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି। ସେପଟେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ମେଳି ଲାଗିଲାଣି। ତେଣୁ ଏନ୍‌ସିପିରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ଶରଦ ପାୱର ହିଁ ଦଳର ଅଧ୍ୟକ୍ଷ ରୁହନ୍ତୁ ବୋଲି ଦଳୀୟ ନେତା ଦାବି କରୁଛନ୍ତି। ହେଲେ ଶରଦ ନ ମାନିବାରୁ ଗୋଟିଏ ପରେ ଗୋଟିଏ ନେତା ଇସ୍ଥଫା ଦେଇଛନ୍ତି। ଏନ୍‌ସିପି ବିଧାସନଭା ଚିପ୍ ହ୍ୱିପ୍‌ ତଥା ବିଧାୟକ ଅନୀଲ ପାଟିଲ୍ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ଶରଦ ହିଁ ଆମର ଅଧ୍ୟକ୍ଷ ରହିବେ ତାଙ୍କୁ ଆମେ ମନେଇବାକୁ ଚେଷ୍ଟା କରୁଛୁ।

ସପଟେ ଦଳର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟକ ଜିତେନ୍ଦ୍ର ଅହ୍ୱାଦ୍। ଜିତେନ୍ଦ୍ରଙ୍କ ସହିତ ଦଳର ଅନ୍ୟ କର୍ମଚାରୀମାନେ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜିତେନ୍ଦ୍ର କହିଛନ୍ତି ଯେ ମୁଁ ମୋ ଇସ୍ତଫାପତ୍ର ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ପାଖକୁ ପଠାଇ ଦେଇଛି। ତା ସହିତ ଥାନେର ଅଫିସ୍‌ର ସମସ୍ତ ଏନ୍‌ସିପି କର୍ମକର୍ଚ୍ଚା ଇସ୍ତଫା ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏନ୍‌ସିପି ମହାରାଷ୍ଟ୍ର ଅଧ୍ୟକ୍ଷ ଜୟନ୍ତ ପାଟିଲ୍‌ କିନ୍ତୁ ଏପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି।

ଅଜିତ ପାୱାରଙ୍କ ଘରେ ସାଂସଦ ଓ ବିଧାୟକଙ୍କ ମେଳି-

ଶରଦ ପାୱାର ଇସ୍ତଫା ଦେବା ପରେ ପବର୍ତ୍ତି ଏନ୍‌ସିପି ସୁପ୍ରିମୋ କିଏ ହେବ ସେ ନେଇ ଶରଦ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ, ଅଜିତ୍ ପାୱାର, ସୁପ୍ରିୟା ସୁଲେ, ଜିତେନ୍ଦ୍ର ଅହ୍ୱାଦ, ଛଗନ ଭୁଜବଳ, ପ୍ରଫୁଲ୍ଲ ପଟେଲ୍, ସୁନିଲ୍ ତଡ଼କାରେ, କେକେ ଶର୍ମା, ପିସି ଚାକୋ, ଦିଲ୍ଲୀପ ପାଟିଲ୍, ଅନିଲ୍ ଦେଶମୁଖ, ରାଜେଶ ଟୋପେ, ହସନ ମୁଶରିଫ୍, ଧନଞ୍ଜୟ ମୁଣ୍ଡେ, ଜୟଦେବ ଗାଏକ୍ୱାଡଙ୍କ ଅଛନ୍ତି।

ଏନେଇ ବୁଧବାର ଅଜିତ୍ ପାୱାରଙ୍କ ଘରେ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ବହୁ ଏନସିପି ବରିଷ୍ଠ ନେତା ସାମିଲ ହୋଇଛନ୍ତି। ଏନସିପି ପ୍ରମୁଖ ଶରଦ ପାୱାର ଯଶବନ୍ତରାଓ ଚୌହାନ୍ନ ସେଣ୍ଟରରେ ପହଞ୍ଚିଛନ୍ତି। ଅତିଜଙ୍କ ଘରେ ବିଧାୟକଙ୍କ ମେଳିକୁ ନେଇ ଆଜି ଦଳର ସୁପ୍ରିମୋ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ସୂଚନା ଥାଉକି, ଗତକାଲି ଶରଦ ପାୱାର ତାଙ୍କର ଆତ୍ମକଥା ‘ଲୋକ ମାଜେ ସଙ୍ଗତୀ’ର ଦ୍ୱିତୀୟ ସଂସ୍କରଣ ଲଞ୍ଚ ଅଭସରରେ ସେ ଏନ୍‌ସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିଲେ। ମହାରାଷ୍ଟ୍ର ରାଜନୀତିରେ ଟାଣୁଆ ଓ ପୁରୁଖା ନେତା ୮୨ ବର୍ଷୀୟ ଶରଦ ପାୱାର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଦଶନ୍ଧୀ ଦଶନ୍ଧୀର ଯାତ୍ରା ପରେ ଜଣଙ୍କୁ ନିହାତି କେଉଁଠି ନା କେଉଁଠି ଅଟକିବାକୁ ପଡ଼େ ବୋଲି ଶରଦ କହିଥିଲେ।

୫୦ ବର୍ଷର ରାଜନୈତିକ ଯାତ୍ରା ଭିତରେ ଶରଦ ଅନେକ ଥର ସାଂସଦ, ବିଧାୟକ ହେବା ସହିତ କେନ୍ଦ୍ରରେ ବହୁ ଗୁରୁତ୍ୱ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ସେ ମହାରାଷ୍ଟ୍ରର ସବୁଠାରୁ କମ୍‌ ବୟସରେ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ରେକର୍ଡ କରିଛନ୍ତି। ୧୯୭୮ ମସିହାରେ ସେ ମାତ୍ର ୩୮ ବର୍ଷ ବୟସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Comments are closed.