Latest Odisha News

ଆସନ୍ତାକାଲି ଭୁବନେଶ୍ୱରରେ ହେବ ମହିଳା ଜନଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ ‘ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ’ ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ।

ଏହି ଜନଶୁଣାଣି ୧୧ ଫେବୃଆରୀ ୨୦୨୫ ଦିନ ଅପରାହ୍ନ ୨ ଟାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ଏକାମ୍ର ହଲରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ବିଜୟା ରାହଟକରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ। ଏହି ଜନଶୁଣାଣିରେ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ।

ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଉପସ୍ଥାପିତ କରିବାକୁ କୁହାଯାଇଛି। ମହିଳାମାନଙ୍କ ସହ ଜଡିତ ବିଚାରଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଯୋଗାଇବା ଏହି ଜନଶୁଣାଣିର ଉଦ୍ଦେଶ୍ୟ ବୋଲି ଏନସିଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଶୁଣାଣି ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଗୁଞ୍ଜନ ସିଂହ (୭୦୧୧୯୭୨୮୬୨)ଙ୍କ ସହିତ ଯୋଗାଯୋଗ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ କୁହାଯାଇଛି।

 

Comments are closed.