Latest Odisha News

BREAKING NEWS

ସରକାରଙ୍କୁ ତେରଛା ବାଣ ମାରିଲେ ଶଶୀ ଥରୁର, କହିଲେ- “NDA= No Data Available”

ନୂଆଦିଲ୍ଲୀ: ସଂସଦରେ ସରକାରଙ୍କ ଉତ୍ତରର ପ୍ରତିକ୍ରିୟା ରଖିଛନ୍ତି ଶଶୀ ଥରୁର । ଏକାଧିକ ବିଷୟକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ବିଷୟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ ।

ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଟ୍ୱିଟ୍ କରି ଏକ ତାଲିକା ପ୍ରକାଶ କରିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ଉପରେ କୌଣସି ତଥ୍ୟ ନାହିଁ, କୃଷକ ଆତ୍ମହତ୍ୟା ବିଷୟରେ କୌଣସି ତଥ୍ୟ ନାହିଁ, ଆର୍ଥିକ ଉତ୍ସାହ ଉପରେ ଭୁଲ ତଥ୍ୟ,  କୋଭିଡ ମୃତ୍ୟୁ ଉପରେ ସନ୍ଦେହଜନକ ତଥ୍ୟ, ଜିଡିପି ଅଭିବୃଦ୍ଧି ଉପରେ ଭୁଲ ତଥ୍ୟ ଏହି ସରକାର NDA ଶବ୍ଦକୁ ସମ୍ପୂର୍ଣ୍ଣ ନୂଆ ଅର୍ଥ ଦେଇଥିବା ସେ ଏକ କାର୍ଟୁନ୍ ମାଧ୍ୟମରେ ଦର୍ଶାଇଛନ୍ତି ।

ସଂସଦରେ ହୋଇଥିବା ପ୍ରଶ୍ନର ଉତ୍ତରରେ ଏପର୍ଯ୍ୟନ୍ତ ସରକାର କୃଷକ ଆତ୍ମହତ୍ୟା, ପ୍ରବାସୀ ଶ୍ରମିକ, ଲକଡାଉନରେ ପ୍ରାଣ ହରାଇଥିବା ଶ୍ରମିକ, କରୋନାଭାଇରସ୍ ପ୍ରଭାବରେ ଯୋଗୁଁ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା, କୋଭିଡ କାରଣରୁ ମୃତ୍ୟୁବରଣ କରିଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଡାକ୍ତରଙ୍କ ସଂଖ୍ୟା ତଥା ଦେଶରେ ମୋଟ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ସମ୍ବନ୍ଧୀୟ କୌଣସି ତଥ୍ୟ ନଥିବା କଥା ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.