ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟର ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ୪୧ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୭ ୱିକେଟ ୧୧୭ ରନ କରିଥିଲା । ତ୍ରିଷା ୪୭ ବଲରେ ୫ ଚୌକା ୨ ଛକା ସହାୟତାରେ ୫୨ ରନ କରିଥିଲେ । ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ନ ଥିଲେ । ବାଂଲାଦେଶର ପେସ ବୋଲର ଫରଜାନା ଇସାମିନ ୪ଟି ୱିକେଟ ନେଇଥିଲେ । ଜବାବରେ ବାଂଲାଦେଶ ଦଳ ୧୮.୩ ଓଭରରେ ୭୬ ରନ କରି ଅଲଆଉଟ ହୋଇଯାଇଥିଲା ।
ଭାରତର ବୋଲରମାନେ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ଆୟୂଷୀ ଶୁକ୍ଲା ୩ଟି ୱିକେଟ ନେଇଥିବା ବେଳେ ସୋନମ ଓ ପାରୁନିକା ସିସୋଦିଆ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ତ୍ରିଷା ପ୍ଲେୟାର ଅଫ ଦି ମ୍ୟାଚ ଏବଂ ସିିରିଜ ବିବେଚିତ ହୋଇଥିଲେ ।