Latest Odisha News

ଆମାଜନର ୨୦ ହଜାର କର୍ମଚାରୀ କରୋନା ପଜିଟିଭ, ଚିନ୍ତାରେ କମ୍ପାନୀ

ନ୍ୟୁୟର୍କ: ଆମାଜନ କମ୍ପାନୀର ୨୦ ହଜାର କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି । ବିଶ୍ୱର ଏହି ପ୍ରତିଷ୍ଠିତ ଅନଲାଇନ ରିଟେଲ କମ୍ପାନୀ ଏଥିନେଇ ଚିନ୍ତାରେ ପଡିଛି । ଆମେରିକାରେ ଆମାଜାନ ଓ ଫୁଡସ ମାର୍କେଟରେ ୧୩ ଲକ୍ଷ ୭୦ ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଟେଷ୍ଟରେ ଏହି ରିପୋର୍ଟ ସମ୍ମୁଖକୁ ଆସିଛି । ମାର୍ଚ୍ଚ ୧ରୁ ୧୯ ସେପ୍ଟେମ୍ବର ମଧ୍ୟରେ ୨୦ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ ।

କିଛି ଦିନ ଧରି କମ୍ପାନୀକୁ କରୋନା ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଉଥିଲେ ମଧ୍ୟ ଏହା ଜାଣିଶୁଣି ବିଳମ୍ବ କରୁଥିଲା । ଏବେ ଚାପ ପଡିବାରୁ ରିପୋର୍ଟ ସର୍ବସମ୍ମୁଖ କରିଛି । କମ୍ପାନୀ ମତରେ ଆମେରିକା ଜନସଂଖ୍ୟା ତୁଳନାରେ ଏହାର ପ୍ରତିଶତ ବହୁତ କମ୍ । ଅନ୍ୟ ବଡ ବଡ କମ୍ପାନୀମାନେ ମଧ୍ୟ ସେମାନଙ୍କ ଡାଟା ଦିଅନ୍ତୁ ବୋଲି ଆମାଜନ ପକ୍ଷରୁ କୁହାଯାଇଛି ।

Comments are closed.