Latest Odisha News

BREAKING NEWS

ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଭୋକ ଶୋଷରେ ଗଲା ୫୦ ଜୀବନ

ନୂଆଦିଲ୍ଲୀ: ସାହାରା ମରୁଭୂମିର ଏକ ନିର୍ଜନ ଅଞ୍ଚଳରେ ଟ୍ରକ ଖରାପ ହେବା ଫଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ନାଇଜରର ଆଗାଡେଜ୍ ଅଞ୍ଚଳର ଗଭର୍ଣ୍ଣରେଟ୍ ଏହି ଭୟଙ୍କର ଘଟଣାକୁ ସ୍ପଷ୍ଟ କରିଛି।

ମୃତକମାନେ ନାଇଜର ନାଗରିକ ଥିଲେ। ଯେଉଁମାନେ ମାଲିରେ ଏକ ମୁସଲମାନ ଧାର୍ମିକ ଉତ୍ସବ ପାଳନ କରି ଘରକୁ ଫେରୁଥିଲେ। ଟ୍ରକଟି ମାଲିର ତେଲହାଣ୍ଡେକ୍ ସହରରୁ ବାହାରିଥିଲା କିନ୍ତୁ ଆସାମ ସୀମାରୁ ପ୍ରାୟ ୮୦କିଲୋମିଟର ଦୂର ମରୁଭୂମିରେ ରାସ୍ତା ହଜି ଯାଇ ଅଚଳ ହୋଇପଡ଼ିଥିଲା।

ଟ୍ରକଟି ଖରାପ ହେବା ପରେ ଡ୍ରାଇଭର, ହେଲପର ଏବଂ ଯାତ୍ରୀମାନେ ଗାଡ଼ି ମରାମତି କରିବାକୁ ଅନେକ ଦିନ ଧରି ଚେଷ୍ଟା କରିଥିଲେ। ଏପଟେ ପ୍ରବଳ ଗରମ ଏବଂ ପାଣି ଅଭାବରୁ ଯାତ୍ରୀଙ୍କ ଖାଦ୍ୟ ସାମଗ୍ରୀ ସରିଯାଇଥିଲା। ଫଳରେ ଭୋକ ଶୋଷରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ବହୁ ଡେରି ହୋଇଯାଇଥିଲା। ଟ୍ରକ୍ ତଳେ ଏବଂ ଚାରିପାଖରେ ମୃତଦେହ ବିଛାଡ଼ି ହୋଇଥିବା ଦେଖିବାକୁ ପାଇଥିଲେ ଉଦ୍ଧାରକାରୀ ଦଳ। ପରେ ମୃତଦେହଗୁଡ଼ିକୁ ସାମୁହିକ କବର ଦିଆଯାଇଥିଲା।

ଅପରପକ୍ଷରେ ଦୁଇଜଣ ଯାତ୍ରୀ ସାହସ ନ ହରାଇ ଜଳ ଉତ୍ସ ଖୋଜିବା ପାଇଁ ୫୦ କିଲୋମିଟର ପ୍ରଚଣ୍ଡ ଗରମରେ ଚାଲି ଚାଲି ଆସାମକାରେ ପହଞ୍ଚି ପ୍ରଶାସନକୁ ସତର୍କ କରିଥିଲେ। ଯାହା ପରେ ଏକ ରିଲିଫ୍ ଦଳ ବାକି ବଞ୍ଚିଥିବା ଲୋକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା।

 

Comments are closed.