Latest Odisha News

ଆଫଗାନିସ୍ତାନ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୮୦ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୪୬.୩ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମାକ୍ସ ଓ ଡାଉଦ ୪୨, ସାଇବ୍ରାଣ୍ଡ ଇନଗେଲବ୍ରେଚେଟ ୫୮ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନିସ୍ତାନ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ମହମ୍ମଦ ନବି ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ନୂର ଅହମ୍ମଦ ୨ଟି ଓ ମୁଜୀବ ଉର ରହେମାନ ଗୋଟିଏ ୱିକେଟ ନେଇଥିଲେ ।

ଆଫଗାନିସ୍ତାନ ୬ ମ୍ୟାଚରୁ ୬ ପଂଏଟ ହାସଲ କରିଥିବାରୁ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ଦୌଡରେ ରହିବା ପାଇଁ ଚାହିଁବେ । ଅପରପକ୍ଷରେ ନେଦରଲାଣ୍ଡ ୬ ମ୍ୟାଚରେ ୪ ପଂଏଟ ପାଇଛି । ଟସ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସୂଚନାଯୋଗ୍ୟ, ଭାରତ ପ୍ରଥମ ଟିମ ଭାବେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି ।

Comments are closed.