Latest Odisha News

BREAKING NEWS

ନୀଳାଚଳଙ୍କୁ ‘ଗ୍ଲୋବାଲ ହ୍ୟୁସ’ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରତିଭାବାନ ପର୍ବତାରୋହୀ ନୀଳାଚଳ ପରିଡ଼ାଙ୍କୁ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ‘ଗ୍ଲୋବାଲ ହ୍ୟୁସ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀର ପ୍ରକୋପକୁ ଖାତିର ନକରି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାରୁ ନୀଳାଚଳଙ୍କୁ ଏହି ସମ୍ମାନ ଦିଆଯାଇଛି। ଏହି ସମ୍ମାନକୁ ସେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

‘ଗ୍ଲୋବାଲ ହ୍ୟୁସ ‘ ପକ୍ଷରୁ ପ୍ରକାଶ ପାଉଥିବା ଏକ ପତ୍ରିକାରେ ନୀଳାଚଳଙ୍କ ଜୀବନ ଯାତ୍ରାକୁ ସ୍ଥାନିତ କରାଯାଇଛି। ଜୀବନରେ ଅନେକ ଅଭାବ ଓ ଅସୁବିଧା ସତ୍ତ୍ୱେ ହାର ନ ମାନି ନିଜ ସ୍ୱପ୍ନ ପୂରଣ ପାଇଁ ସେ ସର୍ବଦା ଚେଷ୍ଟା କରି ଆସିଛନ୍ତି। ପାଠପଢ଼ା ଭିତରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଘର ଚଳାଇବା ସହ ସେ ନିଜ ସ୍ୱପ୍ନକୁ ସଫଳ କରିବା ପାଇଁ ଅବିରତ ଚେଷ୍ଟାରତ ଥିଲେ।

ଗତ ବର୍ଷ ମାଉଣ୍ଟ ଏଲବ୍ରୁସ ଚଢ଼ିବା ପାଇଁ ୟୁରୋପ ଗସ୍ତରେ ଯିବା ପୂର୍ବରୁ କରୋନା ମହାମାରୀର ପ୍ରକୋପରେ ନୀଳାଚଳଙ୍କ ସ୍ୱପ୍ନ ଧୂଳିସାତ ହୋଇଥିଲା । କିନ୍ତୁ ସେଥିରେ ସେ ଚୁପ ହୋଇ ବସି ନ ରହି ଅସହାୟଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ତାଙ୍କର ମହାନ କାର୍ଯ୍ୟ ଲୋକଲୋଚନକୁ ଆସିଥିଲା। ରାଜ୍ୟବାସୀ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Leave A Reply

Your email address will not be published.