Latest Odisha News

BREAKING NEWS

କୋଚ ଜନ ଜେଲେଞ୍ଜିଙ୍କ ସହ ସମ୍ପର୍କ ଚ୍ଛିନ୍ନ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା ଏବେ ପୂନର୍ବାର କୋଚ ବଦଳାଇଛନ୍ତି । ସେ ଏବେ ଜାଭେଲିନର ମହାନ ଖେଳାଳି ଜନ ଜେଲେଞ୍ଜିଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ । ସେ ପୂର୍ବତନ ବିଶ୍ୱରେକର୍ଡଧାରୀ ଓ ଅଲିମ୍ପିକ ଚାମ୍ପିୟନ ଥିଲେ । ତାଙ୍କ କୋଚିଂରେ ନୀରଜ ୯୦ ମିଟର ମାର୍କ ପାର କରିଥିଲେ । ପିଲାବେଳୁ ମୁଁ ଯାହାକୁ ଆଦର୍ଶ ମନେ କରୁଥିଲି ତାଙ୍କଠାରୁ ପ୍ରଶିକ୍ଷଣ ନେବା ନିଶ୍ଚିତ ଭାବେ ସୌଭାଗ୍ୟର ବିଷୟ । ତାଙ୍କ ସହ କାମ କରିବା ଏକ ଭଲ ଅନୁଭବ ଥିଲା ।

ତାଙ୍କଠାରୁ ଅନେକ ନୂତନ ଟେକନିକ ଶିକ୍ଷା ଲାଭ କରିଛି । ସେ ଯେଉଁଭଳି ଭାବେ ଲୟ, ଟେକନିକ ଓ ମୁଭମେଂଟ ନେଇ ଚିନ୍ତା କରୁଛନ୍ତି, ତାହା ନିଶ୍ଚିତ ଭାବେ ଅବିଶ୍ୱସନୀୟ । ଜଣେ ବିଶ୍ୱ ଚାମ୍ପିୟନ ବ୍ୟତୀତ ସେ ଭଲ ମଣିଷ ମଧ୍ୟ ବୋଲି ନୀରଜ କହିଛନ୍ତି । ଜେଲେଞ୍ଜି ମଧ୍ୟ ନୀରଜଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ୯୦ ମିଟର ମାର୍କ ଅତିକ୍ରମ କରିବାରେ ମୁଁ ତାଙ୍କୁ ସହଯୋଗ କରିଥିଲି । ବିଶ୍ୱ ଚାମ୍ପିୟନଶିପ ବ୍ୟତୀତ ଅନ୍ୟ ସମସ୍ତ ବଡ ଟୁର୍ଣ୍ଣାମେଂଟରେ ଅତି କମରେ ଦ୍ୱିତୀୟ ସ୍ଥାନ ରହିଛନ୍ତି । ଏହା ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ । ଏବେ ମୁଁ ଆଗାମୀ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ନୀରଜ କହିଛନ୍ତିି । ୨୦୨୭ ବିଶ୍ୱ ଚାମ୍ପିୟନଶିପ ଓ ୨୦୨୮ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ମୋର ପରବର୍ତୀ ଲକ୍ଷ୍ୟ ବୋଲି ଏହି ମହାନ ଖେଳାଳି କହିଛନ୍ତି ।

Leave A Reply

Your email address will not be published.