Latest Odisha News

ପ୍ୟାରିସ ଡାଇମଣ୍ଡ ଲିଗରେ ଖେଳି ନ ପାରନ୍ତି ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ପ୍ୟାରିସ ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେ ଏଥିରୁ ଓହରିଯିବା ଖବର ପ୍ରସାରିତ ହେବା ପରେ ସେ ଆହତ ଥିବା ଅଟକଳ ମଧ୍ୟ ଜୋର ଧରିଛି । ଆଗକୁ ପ୍ୟ।।ରିସ ଅଲିମ୍ପିକ୍ସ ଥିବାରୁ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଛନ୍ତି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ନୀରଜଙ୍କ ଜଙ୍ଘ ମାଂସପେଶୀରେ ସାମାନ୍ୟ ସମସ୍ୟା ଦେଖା ଦେଇଛି । ଅଲିମ୍ପିକ୍ସ ପୂର୍ବରୁ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନ ଥିବାରୁ ସେ ଡାଇମଣ୍ଡ ଲିଗରେ ଓହରି ଯାଇଛନ୍ତି ।

ଗତ ମାସରେ ସେ ଫିନଲାଣ୍ଡରେ ଖେଳା ଯାଇଥିବା ପାୱ ନୂରମୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ସମୟରେ ନୀରଜ କହିଥିଲେ, ମୁଁ ଏବେ ଜାଣିଶୁଣି କୌଣସି ମୂର୍ଖାମୀ କରୁ ନାହିଁ । ଅଭିଜ୍ଞତା ଆସିଯିବାରୁ ଭାବିଚିନ୍ତି ନିଷ୍ପତି ନେଉଛି ବୋଲି କହିଛନ୍ତି । ତେବେ ସେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.