Latest Odisha News

BREAKING NEWS

ଡାଇମଣ୍ଡ ଲିଗରୁ ଅଭିଯାନ ଆରମ୍ଭ କରିବେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରୁ ପୂନର୍ବାର ପଡିଆକୁ ଓହ୍ଲାଇବେ । ଜୁନ ୧୯ରୁ ଏହି ଲିଗ ଆରମ୍ଭ ହେବ । ୨୦୨୫ ବିଶ୍ୱ ଚାମ୍ପିୟନଶିପରେ ନୀରଜ ୮ମ ସ୍ଥାନରେ ରହିଥିଲେ । ଏହା ପରେ ସେ ଆଉ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନ ଥିଲେ । ଏବେ ୨୭୫ ଦିନ ପରେ ସେ ପଡିଆକୁ ଓହ୍ଲାଇବେ । ନୀରଜ ୨୦୨୦ ଟୋକିଟ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଓ ୨୦୨୪ ପ୍ୟାରିସ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଗତ ବର୍ଷ ଦୋହା ଡାଇମଣ୍ଡ ଲିଗରେ ନୀରଜ ୯୦ ମିଟର ମାର୍କ ଅତିକ୍ରମ କରିଥିଲେ ।

ହରିୟାଣାର ନୀରଜ ଏବେ ସୁଇଜରଲାଣ୍ଡରେ ୪୭ ଦିନ ଧରି ଫିଜିଓ ଓ କୋଚଙ୍କ ସହ କଡା ଅଭ୍ୟାସ ଜାରୀ ରଖିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ତେବେ ଏଥିପାଇଁ ଭାରତୀୟ ଆଥଲେଟ ମହାସଂଘ ନିୟମ ଅନୁସାରେ ୮୨.୬୧ ମିଟର ମାର୍କ ଅତିକ୍ରମ କରିବାକୁ ପଡିବ । ଦୋହା ଲିଗରେ ଏଥର ବିଶ୍ୱର ଷ୍ଟାର ଜାଭେଲିନ ଥ୍ରୋୟର ଗ୍ରେନେଡୋର ଆଣ୍ଡରସନ ପିଟର୍ସ, ଆମେରିକାର କୁର୍ଟିସ ଥମ୍ପସନ, ଚେକ ରିପବ୍ଲିକର ୟାକୁବ ବାଲେଶ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.