Latest Odisha News

BREAKING NEWS

ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ

ଟୋକିଓ:  ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ ଭାରତକୁ ଜାଭେଲିନ୍ ଥ୍ରୋରେ ପଦକ ମିଳିଛି, ତାହା ପୁଣି ସ୍ୱର୍ଣ୍ଣ । ୧୯୨୦ ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା ।

୧୨୧ ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜଙ୍କ ସଫଳତାକୁ ନେଇ ଦେଶ ସାରା ଉତ୍ସାହ ଖେଳି ଯାଇଛି । ଏଥିସହ ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ମିଳିଛି ।ଫାଇନାଲରେ ନୀରଜଙ୍କ ସହ ୧୨ ଜଣ ଖେଳାଳି ଭାଗ ନେଇଥିଲେ । ସମସ୍ତଙ୍କୁ ମାତ୍ ଦେଇ ନୀରଜ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।

Leave A Reply

Your email address will not be published.