Latest Odisha News

ଆଘାତ ସମସ୍ୟାରେ ଭାରତର ଷ୍ଟାର ଆଥଲେଟ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଚ ଚୋପ୍ରା ମାଂସପେଶୀଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ଭାରତର ପ୍ରଥମ ଆଥଲେଟ ଭାବେ ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଘାତ ସମସ୍ୟା ଯୋଗୁ ଏବେ ସେ ଓଷ୍ଟ୍ରଭା ଗୋଲ୍ଡେନ ସ୍ପାଇକ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଆଗକୁ ଅଲିମ୍ପିକ୍ସ ଥିବାରୁ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି । ଏହି ସମସ୍ୟା ମୋ ସହିତ ଦୀର୍ଘ ଦିନ ଧରି ରହିଛି । ମୁଁ ଚାମ୍ପିୟନଶିପ ପୂର୍ବରୁ ସଫଳତାର ସହ ପ୍ରତ୍ୟାବର୍ତନ କରିବି । ଏବେ ନୀରଜ ଓଷ୍ଟ୍ରଭାରେ ଅତିଥି ଭାବେ ଯୋଗ ଦେବେ ।

ମେ ୧୫ରେ ନୀରଜ ଆଥଲେଟିକ୍ସ ଫେଡେରେଶନ କପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ସେ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଫେଡେରେଶନ କପ ପୂର୍ବରୁ ସେ ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ହାସଲ କରିଥିଲେ । ଏଥିରେ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୮୮.୩୬ ମିଟର) କରିଥିଲେ ।

Leave A Reply

Your email address will not be published.