Latest Odisha News

ସ୍ଥଗିତ ହେଲା ନିଟ- ପିଜି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ଏବଂ ୟୁଜିସି-ଏନଇଟି’ରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ବଡ ବିବାଦ ଜାରି ରହିଥିବା ବେଳେ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଜି ଅନୁଷ୍ଠିତ ହେବାର ଥିଲା। ଖୁବଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିବା ବେଳେ ଏହାକୁ ଧ୍ୟାନରେ ରଖି ହୋଇଥିବା ଅନିୟମିତତାକୁ ନେଇ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତି ନେଇଛି ।

ଅନ୍ୟପଟେ ନିଟ୍ ପେପରଲିକ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନିଲମ୍ବିତ କରିଥିଲେ। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଥିଲେ। ପ୍ରଦୀପ ବର୍ତମାନ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜଣେ ନିୟମିତ ପଦାଧିକାରୀ କିମ୍ବା ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

Leave A Reply

Your email address will not be published.